ଇସ୍ରାଏଲ ଯୁଦ୍ଧ କ୍ଷେତ୍ରରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି

ଜେରୁଜେଲମ୍‌,୮ା୧୦: ଇସ୍ରାଏଲ ଉପରେ ହମାସ୍‌ ଆତଙ୍କବାଦୀ ଆକ୍ରମଣ ପରେ ରାମଲାଲାସ୍ଥିତ ପାଲେଷ୍ଟାଇନରେ ଥିବା ଭାରତର ପ୍ରତିନିଧି କାର୍ଯ୍ୟାଳୟ ସମସ୍ତ ଭାରତୀୟ ନାଗରିକଙ୍କୁ ଜରୁରୀକାଳିନ ପରିସ୍ଥିତିରେ କିମ୍ବା କୌଣସି ସାହାଯ୍ୟ ଆବଶ୍ୟକ ହେଲେ ସିଧାସଳଖ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ କହିଛନ୍ତି। ପ୍ରତିନିଧି କାର୍ଯ୍ୟାଳୟ ଏଥିପାଇଁ ୨୪ ଘଣ୍ଟିଆ ଜରୁରୀକାଳିନ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି।

ପାଲେଷ୍ଟାଇନରେ ଭାରତର ପ୍ରତିନିଧିଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଲେଖିଛି ଯେ, କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇପାରିବ: ଜାଓ୍ବାଲ: ୦୫୯୨-୯୧୬୪୧୮, ହ୍ବାଟ୍ସଆପ୍‌ ନଂ +୯୭୦-୫୯୨୯୧୬୪୧।

ସୂଚନାଯୋଗ୍ୟ, ହମାସ୍‌ ବିଦ୍ରୋହୀଙ୍କ ଅଚାନକ ଆକ୍ରମଣରେ ଜଣେ ମେୟରଙ୍କ ସମେତ ୨୦୦ ଇସ୍ରାଏଲୀ ନିହତ ହେବା ସହ ୧,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଶନିବାର ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଶତ୍ରୁତା ପାଇଁ ହମାସ୍‌କୁ ଅଭୂତପୂର୍ବ ମୂଲ୍ୟ ଦେବାକୁ ପଡ଼ିବ ବୋଲି ନେତାନ୍ୟାହୁ କହିଛନ୍ତି।

Share