ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ବିଏମ୍ସି ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ୧୯୨୯ ନମ୍ବରକୁ କଲ୍ କରି ସମ୍ପର୍କୀୟମାନେ ମୃତଦେହ ସମ୍ପର୍କରେ ଜାଣିପାରିବେ ବୋଲି ଏନେଇବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବିଏମ୍ସି ଓ୍ବେବ୍ସାଇଟ୍ରେ ମୃତକଙ୍କ ଫଟୋ ଏବଂ ସମ୍ପୂର୍ଣ୍ଣ ବିବରଣୀ ଅପଲୋଡ୍ କରାଯିବ। ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଖୋଲାଯାଇଛି। ସମ୍ପର୍କୀୟମାନେ ଚାହିଁଲେ ମୃତକଙ୍କ ବିଷୟରେ ସୂଚନା ନେଇପାରିବେ। ଏମ୍ସ ସମେତ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ୧୭୦ଟି ମୃତଦେହ ସଂରକ୍ଷିତ କରି ରଖାଯାଇଛି।