Categories: ଜାତୀୟ

ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣା: ଜାରି ହେଲା ହେଲ୍ପଲାଇନ ନମ୍ବର

କୋଲକାତା,୧୭ା୬: ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେଇଛି। ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର କିଛି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।

ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଏବଂ ୧୫ଟି ଆମ୍ବୁଲାନ୍ସ ପହଞ୍ଚିଛି। ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ବିଷୟରେ ଜାଣିବା ପାଇଁ ସିଆଲଦା ହେଲ୍ପ ଡେସ୍କ ନମ୍ବର: –

୦୩୩- ୨୩୫୦୮୭୯୪, ୦୩୩-୨୩୯୩୩୩୨୬। ସେହିପରି କିର୍‌ ଷ୍ଟେଶନ ହେଲ୍ପ ଡେସ୍କ ନମ୍ବର- ୬୨୮୭୮୦୧୮୦୫ । କଟିହାର ହେଲ୍ପଲାଇନ୍‌ ନମ୍ବର ହେଲା ୦୯୦୦୨୦୪୧୯୫୨ ଏବଂ ୯୭୭୧୪୪୧୯୫୬।

Share