ଧର୍ମେନ୍ଦ୍ରଙ୍କୁ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦିଥିଲେ ହେମା: ଝିଅ ପାଇଁ ହଜି ଯାଇଥିଲା ନିଦ

ବଲିଉଡ୍‌ର ଡ୍ରିମ୍‌ ଗାର୍ଲ ହେମା ମାଳିନୀ କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଭଲ ମା’ ମଧ୍ୟ । କୁହାଯାଏ ଯେ, ହେମା ତାଙ୍କ ପିଲାମାନଙ୍କୁ ପ୍ରାୟ ଏକାକୀ ବଢ଼ାଇଥିଲେ। କାରଣ ଧର୍ମେନ୍ଦ୍ର ତାଙ୍କ ପୁଅମାନଙ୍କୁ ବଢ଼ାଇବାରେ ବ୍ୟସ୍ତ ଥିଲେ। ହେମା କେବଳ ନିଜ ପିଲାମାନଙ୍କୁ ଭଲରେ ବଢ଼ାଇ ନାହାନ୍ତି ବରଂ ଜଣେ ମା’ ଭାବରେ ସେ ସର୍ବଦା ଧ୍ୟାନ ଦେଇଥିଲେ ଯେ ତାଙ୍କ ଦୁଇ ଝିଅ ଚାରିପାଖରେ ଏକ ସୁରକ୍ଷିତ ପରିବେଶ ରହୁ। ତଥାପି, ଯେତେବେଳେ ତାଙ୍କ ଝିମାନେ ବଡ ହେଲେ, ହେମା ମାଳିନୀଙ୍କ ଚିନ୍ତା ବଢ଼ିଯାଇଥିଲା।

ହେମା ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା ଯେତେବେଳେ ସେ ବହୁତ ଅଶାନ୍ତ ଥିଲେ। ଯେତେବେଳେ ତାଙ୍କ ଝିଅ ଇଶା ଏବଂ ଆହାନା ବଡ଼ ହେଉଥିଲେ ସେତେବେଳେ ସେ ନିଜକୁ ଅତ୍ୟଧିକ ଅସୁରକ୍ଷିତ ମନେ କରିବାକୁ ଲାଗିଲେ। ସେ ଇଶା ଦେଓଲଙ୍କ ସ୍କୁଲ ସମୟର ଏକ କଥା କହିଥିଲେ। କହିଥିଲେ ଯେ, ଯେତେବେଳେ ଇଶା ପ୍ରଥମ ଥର ସ୍କୁଲ ଯାଇଥିଲେ, ସେତେବେଳେ ସେ ବହୁତ ଅଶାନ୍ତ ଥିଲେ। ସେତେବେଳେ ବାପା ଧର୍ମେନ୍ଦ୍ର ତାଙ୍କୁ ସ୍କୁଲ ଛାଡିବାକୁ ଯାଇଥିଲେ। ଇଶାଙ୍କ ହାତ ଧରି ଶିକ୍ଷକ ତାଙ୍କୁ ନେଇଯିବା ମାତ୍ରେ ହେମା ଅଶାନ୍ତ ଅନୁଭବ କରିବାକୁ ଲାଗିଲେ। ହେମା ଧର୍ମେନ୍ଦ୍ରଙ୍କୁ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ଝିଅ ସ୍କୁଲରୁ ଆସିବା ପରେ ତାଙ୍କୁ ଚାପି ଧରିଥିଲେ। ସେହି ମୁହୂର୍ତ୍ତଗୁଡ଼ିକ ତାଙ୍କ ଜୀବନର ସବୁଠାରୁ ଅଜବ ମୁହୂର୍ତ୍ତ ଆଜି ବି ଯେତେବେଳେ ସେ ସେହି ମୁହୂର୍ତ୍ତକୁ ମନେ ପକାଇ କାନ୍ଦନ୍ତି ବୋଲି କହିଛନ୍ତି।