ଧନ୍ୟବାଦ ଜଣାଇଲେ ହେମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ସ୍ବାମୀ ଧର୍ମେନ୍ଦ୍ରଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅକ୍ଟୋବର ୧୬ରେ ହେମାଙ୍କ ୭୩ତମ ଜନ୍ମଦିନ ଥିଲା। ସେ ଏହି ଦିନକୁ ଘରେ ରହି ତାଙ୍କ ପରିବାର ଓ ବନ୍ଧୁଙ୍କ ସହ ପାଳନ କରିଥିଲେ। ଜନ୍ମଦିନ ପରେ ଏକ ଫ୍ରେସ ଲୁକ୍‌ ରେ ଦୁହେଁ ପଟୋ ଶେୟାର କରିଛନ୍ତି। ପୋଷ୍ଟରେ ଦୁହେଁ ଫଟୋ ପାଇଁ ପୋଜ୍‌ ଦେଉଥିବା ନଜର ଆସିଛନ୍ତି। ଫଟୋରେ ଧର୍ମେନ୍ଦ୍ର ହେମାଙ୍କ କାନ୍ଧରେ ଗୋଟିଏ ହାତ ରଖିଛନ୍ତି। ସେ ସ୍ଲିଭ୍‌ ଅଲିଭ୍‌ ସବୁଜ ରଙ୍ଗର ଟି ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଅଭିନେତ୍ରୀ ନୀଳ ରଙ୍ଗର ଏକ କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି।

Share