ଧର୍ମେନ୍ଦ୍ରଙ୍କ ଷ୍ଟାଇଲରେ ନାଚିଲେ ହେମା

ମୁମ୍ବାଇ: ବଲିଉଡ୍‌ର ଜଣେ ପ୍ରମୁଖ ଯୋଡ଼ି ଭାବେ ପରିଚିତ ହେମା ଓ ଧର୍ମେନ୍ଦ୍ର। ନିକଟରେ ହେମା ମାଳିନୀ ଫ୍ୟାନ୍ସଙ୍କୁ ଏକ ଅମୂଲ୍ୟ ଜିନିଷ ଭେଟି ଦେଇଛନ୍ତି। ବଲିଉଡ’ର ଡ୍ରିମ ଗାର୍ଲ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର ହୋଇଛି। ଭିଡିଓରେ ହେମା ଏକ ଗୀତରେ ନୃତ୍ୟ ପରିବେଷଣ କରୁଛନ୍ତି। ତେବେ ଗୀତଟି ଆଉ କାହାର ନୁହେଁ, ସ୍ବାମୀ ଧର୍ମେନ୍ଦ୍ରେଙ୍କର ।
ଭିଡିଓଟି ଏକ ପ୍ରୋଗ୍ରାମର। ସେଠାରେ ସେ ଓ ଶିଳ୍ପା ସେଟ୍ଟୀ ଧର୍ମେନ୍ଦ୍ରଙ୍କର ଏକ ଆଇକୋନିକ ଷ୍ଟେପକୁ ଅବିକଳ ନକଲ କରୁଥିବା ଦେଖିବାକୁ ମିଳିଛି। ଗୀତଟି ହେଉଛି ଯତ ୟେମଲା ପାଗଲ ଦିୱାନା…. ୧୯୭୫ର ଫିଲ୍ମ ‘ପ୍ରତିଜ୍ଞା’ରେ ଏହି ଗୀତଟିକୁ ଗାଇଥିଲେ ମହମ୍ମଦ ରଫି। ତେବେ ଏହି ପୋଷ୍ଟର କ୍ୟାପସନ ମଧ୍ୟ କିଛି ନିଆରା ଥିଲା। ‘ଧର୍ମାଜୀକେ ଷ୍ଟେପ କରନେ କା ମଜା ହି କୁଛ ଔର ହେ’ ସେଠାରେ ଲେଖା ହୋଇଛି। ହେମା ପ୍ରତ୍ୟେକଟି ମୂହୁର୍ତ୍ତକୁ ମଜା ନେଇଥିଲେ। ତାଙ୍କ ଝିଅ ଇଶା ଦେୱାଲ ପୋଷ୍ଟଟିରେ ବିଭିନ୍ନ ପ୍ରକାର ଇମୋଜି ମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ।

 

Share