Categories: ଜାତୀୟ

ନାମାଙ୍କନ ପତ୍ର ଦାଖଲ ପରେ ଏମିତି ପ୍ରତିଶ୍ରୁତି ଦେଲେ ହେମାମାଳିନୀ

ଲକ୍ଷ୍ନୌ,୪।୪: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଅଛି। ଏ ସମ୍ପର୍କରେ ଗୁରୁବାର ଭାଜପା ପ୍ରାର୍ଥୀ ହେମାମାଳିନୀି ମଥୁରା ଲୋକ ସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।
ଭାଜପା ତୃତୀୟ ଥର ପାଇଁ ମଥୁରାରୁ ହେମାମାଳିନୀଙ୍କୁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ସେ ୨୦୧୪ ଏବଂ ୨୦୧୯ରେ ମଥୁରାରେ ଲୋକ ସଭା ନିର୍ବାଚନରେ ଜିତିଥିଲେ। ପ୍ରତ୍ୟେକ ଥର ଭଳି, ନାମାଙ୍କନପତ୍ର ଦାଖଲ ପୂର୍ବରୁ ହେମା ମାଳିନୀ ମଥୁରାର ବିଶ୍ରାମ ଘାଟରେ ପହଞ୍ଚି ଯମୁନାଙ୍କୁ ପୂଜନ କରିଥିଲେ ଏବଂ ଯମୁନା ପ୍ରଦୂଷଣ ମୁକ୍ତ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।
ସେ କହିଛନ୍ତି, ତୃତୀୟ ଥର ପାଇଁ ମଥୁରାବାସୀଙ୍କ ସେବା କରିବାର ସୁଯୋଗ ପାଇ ମୁଁ ବହୁତ ଖୁସି। ମୁଁ ସେହି କାର୍ଯ୍ୟ ସମାପ୍ତ କରିବି ଯାହା ମୋର ଦୁଇ ଅବଧି ମଧ୍ୟରେ ହୋଇପାରିବ ନାହିଁ। ଏଥର ମଥୁରାର ଲୋକଙ୍କ ପାଇଁ ବଡ ବିକାଶମୂଳକ ପ୍ରକଳ୍ପ ଆରମ୍ଭ ହେବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ।

Share