ପୁଣ୍ୟତିଥିରେ ମା’ଙ୍କୁ ମନେପକାଇଲେ ଡ୍ରିମ୍‌ଗର୍ଲ

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ହେମା ମାଳିନୀ ନିଜ ମା’ ଜୟା ଚକ୍ରବର୍ତ୍ତୀଙ୍କ ୧୭ତମ ପୁଣ୍ୟତିଥିରେ ତାଙ୍କୁ ମନେପକାଇଛନ୍ତି। ଶୁକ୍ରବାର ସୋସିଆଲ ମିଡିଆରେ ହେମା ମାଳିନୀ ମା’ଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରି ତାଙ୍କୁ ମନେପକାଇଛନ୍ତି। ଏଥିସହ ସେ କହିଛନ୍ତି, ଆଜି ଯାହା ବି ହେମା ଅଛନ୍ତି ତାହା କେବଳ ମା’ଙ୍କ ପାଇଁ। ମା’ ଜୟା ତାଙ୍କ କ୍ୟାରିୟର ଗଢ଼ିଛନ୍ତି। ଆଜି ବି ସେ ତାଙ୍କ ଉପସ୍ଥିତି ଓ ମାର୍ଗଦର୍ଶନକୁ ଅନୁଭବ କରିପରନ୍ତି ବୋଲି ହେମା କ୍ୟାପସନ୍‌ରେ ଲେଖିଛନ୍ତି। ହେମାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି।

Share