ନୂଆଦିଲ୍ଲୀ,୬।୬: ମଥୁରା ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ହେମାମାଳିନୀ ସୋମବାର କହିଛନ୍ତି କି ଯଦି ସେ ପରବର୍ତ୍ତି ନିର୍ବାଚନ ଲଢିବେ ତେବେ କେବଳ ମଥୁରାରୁ ଲଢିବେ। ଅନ୍ୟ ଆସନରୁ ଲଢିବାର ପ୍ରସ୍ତାବକୁ ସେ କେବେହେଲେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ହେମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ଶାସନର ଅନୁଭୁତି ବଖାଣିବା ସମୟରେ ଏହା କହିଛନ୍ତି।
ଏହି ସମୟରେ ଖବରଦାତାଙ୍କ ସହ କଥା ହେବା ବେଳେ ହେମା କହିଥିଲେ , ଯଦି ପରବର୍ତ୍ତି ନିର୍ବାଚନ ଲଢିବି ତେବେ ମଥୁରାରୁ ହିଁ ଲଢିବ,ଅନ୍ୟ କୌଣସି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତାବ ଆସିଲେ ତାହା ଗ୍ରହଣୀୟ ନୁହେଁ। ତୃତୀୟ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ବିଷୟରେ ପଚରାଯିବାରୁ ‘ଡ୍ରିମ ଗାର୍ଲ’ ଭାବରେ ଜଣାଶୁଣା ବଲିଉଡ ଅଭିନେତ୍ରୀ କହିଛନ୍ତି ଯେ ଯଦି ଦଳ ମୋତେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାଁନ୍ତି, ତେବେ ମୋର ଅସୁବିଧା କ’ଣ ହୋଇପାରେ, କିନ୍ତୁ ଏହା ସ୍ପଷ୍ଟ ଯେ ମୁଁ ଯଦି ନିର୍ବାଚନ ଲଢିବି ତେବେ କେବଳ ମଥୁରାରୁ।