ଜନ୍ମଦିନରେ ଧର୍ମେନ୍ଦ୍ରଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ହେମା

ବମ୍ବେ: ବଲିଉଡର ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ର ୮୮ ବର୍ଷରେ ପାଦ ଥାପିଛନ୍ତି। ଶୁକ୍ରବାର ସେ ନିଜର ଜନ୍ମଦିନ ପାଳନ କରିଛନ୍ତି। ବୟସାଧିକ ସତ୍ତ୍ୱେ କାମ ଜାରି ରଖିଥିବା ବର୍ଷୀୟାନ ଅଭିନେତାଙ୍କୁ ନିଜର ସ୍ବତନ୍ତ୍ର ଦିନରେ ପରିବାର ସହ ପ୍ରଶଂସକଙ୍କ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ମିଳିଥିବା ଦେଖାଯାଇଛି। ବିଶେଷକରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀ ସ୍ବତନ୍ତ୍ର ଢ଼ଙ୍ଗରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଜନ୍ମଦିନର କିଛି ଫଟୋ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି। ଫଟୋରେ ଧର୍ମେନ୍ଦ୍ର ହେମା ଏବଂ ଦୁଇ ଝିଅଙ୍କ ସହ ନଜର ଆସୁଛନ୍ତି। ଏହାଛଡ଼ା ଏକ ଫଟୋରେ ହେମା ତାଙ୍କୁ ଚୁମ୍ବନ ଦେଇଥିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହା ବେଶ ଭାଇରାଲ ହେଉଛି।

ଦର୍ଶକ ହେମା ଏବଂ ଧର୍ମେନ୍ଦ୍ରଙ୍କ ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ଉଭୟ ଅନେକ ହିଟ୍‌ ସିନେମାରେ କାମ କରିବା ପରେ ପ୍ରେମରେ ପଡ଼ିଥିଲେ। ୧୯୮୦ରେ ଦୁହେଁ ବିବାହ କରିଥିଲେ। ସେମାନେ ପରସ୍ପରକୁ ସର୍ବଦା ସମର୍ଥନ କରିଆସିଛନ୍ତି। ତେବେ ଧର୍ମେନ୍ଦ୍ର ଜନ୍ମଦିନରେ ପ୍ରଶଂସକଙ୍କ ଗହଣରେ କେକ୍‌ ମଧ୍ୟ କାଟିଥିଲେ। ପୁଅ ସନ୍ନି ଦେଓଲ ସେତେବେଳେ ଭାବବିହ୍ବଳ ହେଉଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସନମ ତେରୀ କସମ-୨ ରେ ନଜର ଆସିବେ ପୁରୁଣା ଯୋଡ଼ି, ବଡ଼ ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ୨୦୧୬ରେ ମୁକ୍ତିଲାଭ କରିଥିବା ସନମ୍ ତେରୀ କସମ୍ ପୁନର୍ବାର ମୁକ୍ତିଲାଭ କରିବା ପରେ ହଇଚଇ ସୃଷ୍ଟି କରିଛି। ଏହି ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ମାୱରା...

ମାତୃଭାଷାକୁ ଅନାଦର କରୁଛନ୍ତି ରଶ୍ମିକା, ପାନେ ଦେବାକୁ କହିଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ, ୩।୩: କେନ୍ଦ୍ରମନ୍ତ୍ରୀ ରବି ଗାନିଗା ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେବାକୁ ମନା କରିବା ଅଭିଯୋଗରେ ଅଭିନେତା ରଶ୍ମିକା ମନ୍ଧାନାଙ୍କୁ ସମାଲୋଚନା କରିଛନ୍ତି। କର୍ଣ୍ଣାଟକର...

Oscar Awards 2025: ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନ, ଅଭିନେତା ଆଡ୍ରିଏନ୍‌ ବ୍ରୋଡି

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୩: ୨୦୨୫ର ୯୭ତମ ଓସ୍କାର ପୁରସ୍କାର ଉତ୍ସବ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ସୋମବାର ଅନୁଷ୍ଠିତ ହୋଇଛି। ଭାରତୀୟ ସମୟ ସକାଳ ୫:୩୦ରେ ଏହି ଉତ୍ସବ ଆରମ୍ଭ...

ପାକିସ୍ତାନୀ ଅଭିନେତ୍ରୀ ହାନିଆଙ୍କୁ ବିବାହ କରିବେ Salman Khan? ଖବରକୁ ନେଇ ବଲିଉଡରେ ହଇଚଇ

ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତା ସଲମାନ ଖାନ ତାଙ୍କର ପରବର୍ତ୍ତୀ ଫିଲ୍ମ ସିକନ୍ଦରର ମୁକ୍ତିଲାଭ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ସୁଟିଂ ପ୍ରାୟ ଶେଷ ହୋଇଛି...

ସୁଟିଂକୁ ଫେରିଲେ ‘ମମ ଟୁ ବି’

ମୁମ୍ବାଇ: ବି-ଟାଉନର ଗର୍ଜିୟସ ନାୟିକା କିଆରା ଆଡଭାନୀ ନିକଟରେ ତାଙ୍କ ପ୍ରେଗ୍ନେସିର ଜବରଦସ୍ତ ଆନାଉନ୍ସମେଣ୍ଟ କରିଛନ୍ତି, ଯାହା ପରେ ପ୍ରଶଂସକ ଏବଂ ସେଲିବ୍ରିଟି ତାଙ୍କୁ ଅଭିନନ୍ଦନ...

Amitabh Bachchan: ୯୦କୋଟି କରଜ, ୫୫ଟି ସାଂଘାତିକ ମାମଲା ରୁଜୁ, ଦିନେ କାଙ୍ଗାଳ ହୋଇଯାଇଥିଲେ ସୁପରଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ: ୯୦ ଶତକର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ବଲିଉଡର ଶେହନଶାହ ତାଙ୍କ କ୍ୟାରିଅରରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇ ପ୍ରଶଂସକଙ୍କ...

ଧନଶ୍ରୀଙ୍କ ଠାରୁ ଛାଡପତ୍ର ଖବର ମଧ୍ୟରେ ଚହଲ ଶେୟାର କଲେ ରହସ୍ୟମୟୀ ପୋଷ୍ଟ, ଦେଲେ ବଡ଼ ସଙ୍କେତ

ମୁମ୍ବାଇ,୧।୩: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ। କିଛି ମାସ ଧରି...

ହ୍ୟାକ୍‌ ହେଲା ଶ୍ରେୟା ଘୋଷାଲଙ୍କ ‘ X ’ ଆକାଉଣ୍ଟ, ପୋଷ୍ଟ କରି ସୂଚନା ଦେଲେ ଗାୟିକା

ମୁମ୍ବାଇ: ଶ୍ରେୟା ଘୋଷାଲ ବଲିଉଡର ଜଣେ ପ୍ରସିଦ୍ଧ ପ୍ଲେବ୍ୟାକ ଗାୟିକା। ସେ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ଚମତ୍କାର ଗୀତ ଗାଇଛନ୍ତି। ଏବେ ଶ୍ରେୟାଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image