ଜନ୍ମଦିନରେ ଧର୍ମେନ୍ଦ୍ରଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ହେମା

ବମ୍ବେ: ବଲିଉଡର ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ର ୮୮ ବର୍ଷରେ ପାଦ ଥାପିଛନ୍ତି। ଶୁକ୍ରବାର ସେ ନିଜର ଜନ୍ମଦିନ ପାଳନ କରିଛନ୍ତି। ବୟସାଧିକ ସତ୍ତ୍ୱେ କାମ ଜାରି ରଖିଥିବା ବର୍ଷୀୟାନ ଅଭିନେତାଙ୍କୁ ନିଜର ସ୍ବତନ୍ତ୍ର ଦିନରେ ପରିବାର ସହ ପ୍ରଶଂସକଙ୍କ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ମିଳିଥିବା ଦେଖାଯାଇଛି। ବିଶେଷକରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀ ସ୍ବତନ୍ତ୍ର ଢ଼ଙ୍ଗରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଜନ୍ମଦିନର କିଛି ଫଟୋ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି। ଫଟୋରେ ଧର୍ମେନ୍ଦ୍ର ହେମା ଏବଂ ଦୁଇ ଝିଅଙ୍କ ସହ ନଜର ଆସୁଛନ୍ତି। ଏହାଛଡ଼ା ଏକ ଫଟୋରେ ହେମା ତାଙ୍କୁ ଚୁମ୍ବନ ଦେଇଥିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହା ବେଶ ଭାଇରାଲ ହେଉଛି।

ଦର୍ଶକ ହେମା ଏବଂ ଧର୍ମେନ୍ଦ୍ରଙ୍କ ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ଉଭୟ ଅନେକ ହିଟ୍‌ ସିନେମାରେ କାମ କରିବା ପରେ ପ୍ରେମରେ ପଡ଼ିଥିଲେ। ୧୯୮୦ରେ ଦୁହେଁ ବିବାହ କରିଥିଲେ। ସେମାନେ ପରସ୍ପରକୁ ସର୍ବଦା ସମର୍ଥନ କରିଆସିଛନ୍ତି। ତେବେ ଧର୍ମେନ୍ଦ୍ର ଜନ୍ମଦିନରେ ପ୍ରଶଂସକଙ୍କ ଗହଣରେ କେକ୍‌ ମଧ୍ୟ କାଟିଥିଲେ। ପୁଅ ସନ୍ନି ଦେଓଲ ସେତେବେଳେ ଭାବବିହ୍ବଳ ହେଉଥିବା ଦେଖାଯାଇଥିଲା।

Share