ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ

ମୁମ୍ବାଇ: ଲୋକ ସଭା ନିର୍ବାଚନକୁ ନେଇ ଉତ୍ସାହ ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦିଲ୍ଲୀ ମୁଖ୍ୟାଳୟରେ ୧ ଘଣ୍ଟା ଧରି ବୈଠକ ପରେ ପ୍ରଥମ ତାଲିକା ପ୍ରକାଶ ପାଇଛି। ଏଥିରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ବଲିଉଡ୍‌ ଅଭିନେତ୍ରୀ ତଥା ଏମ୍‌ପି ହେମାମାଳିନୀ ମଥୁରାରୁ ପୁଣି ନିର୍ବାଚନ ଲଢ଼ିବେ ବୋଲି ଭାଜପା ପକ୍ଷରୁ ନାମ ଘୋଷଣା କରାଯାଇଛି। ଏହି କିଛିଦିନ ତଳେ ହେମାମାଳିନୀ କହିଥିଲେ,  ଯଦି ସେ ନିର୍ବାଚନ ଲଢ଼ିବେ ତେବେ ମଥୁରାରୁ ହିଁ ଲଢ଼ିବେ। ଆଜି ତାଙ୍କ କଥା ସତ ହୋଇଛି। ଦଳ ଉତ୍ତରପ୍ରଦେଶର ମଥୁରାରୁ ତାଙ୍କୁ ପୁଣି ପ୍ରାର୍ଥୀ ଭାବେ ଚୟନ କରିଛି। ତେବେ ତୃତୀୟ ଥର ପାଇଁ ହେମା ନିର୍ବାଚନ ମୈଦାନକୁ ଓହ୍ଲାଇବେ।

Share