ଝିଅ ବିଦାୟୀ ସମୟରେ କାନ୍ଦି ନ ଥିଲେ ହେମାମାଳିନୀ

ବଲିଉଡର ‘ହିମ୍ୟାନ’ ତଥା ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କୁ କେବେ କାନ୍ଦିବା ଦେଖିଛନ୍ତି। ହୁଏତ ନା, କିନ୍ତୁ ଝିଅ ଇଶା ଦେଓଲଙ୍କ ବିବାହ ବିଦାୟୀ ସମୟରେ ତାଙ୍କୁ କାନ୍ଦୁଥିବାର ଦେଖାଯାଇଥିଲା। ଆଜିକାଲି ସୋସିଆଲ ମିଡିଆରେ ଏହି କାନ୍ଦୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଧର୍ମେନ୍ଦ୍ର ଏବଂ ଇଶା ଦେଓଲ ଆଲିଙ୍ଗନ କରୁଥିବା ସମୟରେ କାନ୍ଦୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ୨୦୧୨ ମସିହାର, ଯେତେବେଳେ ଧର୍ମେନ୍ଦ୍ର ଏବଂ ହେମାମାଳିନୀଙ୍କ ବଡ଼ ଝିଅ ତଥା ବଲିଉଡ ଅଭିନେତ୍ରୀ ଇଶା ଦେଓଲ ବିବାହ କରିଥିଲେ। ୨୦୧୨ ରେ, ଇଶା ଦେଓଲ ବ୍ୟବସାୟୀ ଭାରତ ତଖତାନୀଙ୍କୁ ବିବାହ କରିଥିଲେ। ଏହି ଭିଡିଓ କ୍ଲିପ ବିଦାୟୀ ସମାରୋହର। ଝିଅ ବିଦାୟୀ ସମୟରେ ଧର୍ମେନ୍ଦ୍ର ଝିଅକୁ ଧରି କାନ୍ଦୁଥିବାବେଳେ ହେମା ଝିଅକୁ ଉତ୍ସାହିତ କରିବା ଦେଖାଯାଇଥିଲା।

Share