ଏହି ଅଭିନେତାଙ୍କୁ ଦେଖି ଡରି ଯାଉଥିଲେ ହେମାମାଳିନୀ: ଶୁଟିଂ ସେଟ୍‌ରେ ରହୁଥିଲେ ଦୂରେଇ

ବଲିଉଡ୍‌ର ଖଳନାୟକ ଭାବେ ପ୍ରାଣ ସାହେବ ବେଶ ପରିଚିତ। ଏକ ସମୟ ଥିଲା ଯେତେବେଳେ ଲୋକେ ତାଙ୍କ ନାଁ ଶୁଣି ଡରୁଥିଲେ । ସେ ପରଦାରେ ତାଙ୍କର ପ୍ରତ୍ୟେକ ଚରିତ୍ରକୁ ଏପରି ଭାବରେ ଚିତ୍ରଣ କରୁଥିଲେ ଯେପରି ସେହି ଚରିତ୍ରଟି ପ୍ରକୃତରେ ତାଙ୍କର । ତାଙ୍କ ସହ କାମ କରୁଥିବା ଅଭିନେତ୍ରୀମାନେ ମଧ୍ୟ ତାଙ୍କ ନା ଶୁଣି ଡରୁଥିଲେ।
ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତ୍ରୀ ହେମାମଳିନୀ ମଧ୍ୟ ପ୍ରାଣ ସାହେବଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ଯଦିଓ ହେମାମଳିନୀ ନିଜେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ମାତ୍ର ଯେତେବେଳେ ପ୍ରାଣ ସାହେବ ତାଙ୍କ ଶୁଟିଂ ସମୟରେ ତାଙ୍କୁ ଦେଖୁଥିଲେ ସେ ଭୟଭୀତ ହୋଇଯାଉଥିଲେ। ଏହା ନିଜେ ହେମାମାଳିନୀ କହିଥିଲେ।
ଏକ ସାକ୍ଷାତକାରରେ ହେମାମଳିନୀ ନିଜେ ଏହା କହିଥିଲେ, ସେ ପ୍ରାଣ ସାହେବଙ୍କ ସହ କାମ କରିବାବେଳେ ବହୁତ ଡରି ଯାଉଥିଲେ। ସେ ତାଙ୍କଠାରୁ ଦୂରେଇ ରହୁଥିଲେ। ହେମାମାଳିନୀ କହିଛନ୍ତି, ‘ମୁଁ ପ୍ରାଣଜୀଙ୍କୁ ସମାନ କାରଣ ପାଇଁ ଡରୁଥିଲି କାରଣ ସେ ଜଣେ ଖଳନାୟକ।

Share