ଏହି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡା ମାରିଥିଲେ ହେମାମାଳିନୀଙ୍କ ଝିଅ

ବଲିଉଡରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା। ଏପରି ଝଗଡା ହୋଇଥାଏ ଯେ ସେମାନେ ପରସ୍ପର ସହିତ ଚଳଚ୍ଚିତ୍ରରେ କାମ କରିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ଫିଲ୍ମ ‘ପ୍ୟାରେ ମୋହନ’ର ସେଟରେ ହେମାମାଳିନୀଙ୍କ ଝିଅ ତଥା ଅଭିନେତ୍ରୀ ଇଶା ଦେଓଲ ଏବଂ ଅମୃତା ରାଓଙ୍କ ମଧ୍ୟରେ ଥରେ ଏମିତି ଝଗଡା ଦେଖିବାକୁ ମିଳିଥିଲା। ୨୦୦୬ରେ ଫିଲ୍ମ ‘ପ୍ୟାରେ ମୋହନ’ର ଶୁଟିଂ ସେଟରେ ଇଶା ଏବଂ ଅମୃତା ରାଓଙ୍କ ମଧ୍ୟରେ ଝଗଡା ହୋଇଥିଲା। ଇଶା ଏତେ ରାଗିଗଲେ ଯେ ଅମୃତାଙ୍କୁ ଶକ୍ତ ଚାପୁଡା ମାରିଥିଲେ। କୁହାଯାଏ, ଅମୃତା ଫିଲ୍ମ ସେଟ ଉପରେ ଇଶାଙ୍କ ଉପରେ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ, ଏହି କାରଣରୁ ଇଶା ତାଙ୍କୁ ଚାପୁଡ଼ା ମାରିଥିଲେ। ଏକ ସାକ୍ଷାତକାରରେ ଇଶା ସ୍ବୀକାର ମଧ୍ୟ କରିଥିଲେ। ପ୍ୟାକ ଅପ ହେବାର ଗୋଟିଏ ଦିନ ପରେ ସେ ମୋର ନିର୍ଦ୍ଦେଶକ ଇନ୍ଦ୍ର କୁମାର, କ୍ୟାମେରାମ୍ୟାନ୍‌ ଏବଂ ମୋ ସହ ଦୁର୍ବ୍ୟବହାର କରିଥିଲେ। ଏହା ମୋ ପାଇଁ ଅସହ୍ୟ ହୋଇଗଲା, ଏହିପରି ଭାବରେ ଅପମାନ ଅସହ୍ୟ ହେଲା, ତେଣୁ ମୁଁ ତାଙ୍କୁ ଚାପୁଡ଼ା ମାରିଲି। ମୋର ଏ ବିଷୟରେ କୌଣସି ଦୁଃଖ ନାହିଁ କାରଣ ତାଙ୍କର କାର୍ଯ୍ୟ ଚାପୁଡା ମାରିବା ଭଳି ଥିଲା। ମୁଁ କେବଳ ମୋର ସମ୍ମାନ ଏବଂ ଆତ୍ମ ସମ୍ମାନରେ ଏହା କରିଥିଲି ବୋଲି ଇଶା କହିଥିଲେ। ତେବେ ଭଲ କଥା ହେଉଛି ଅମୃତା ରାଓ ମଧ୍ୟ ତାଙ୍କ ଭୁଲକୁ ଶୀଘ୍ର ଅନୁଭବ କରଥିଲେ। ଏବଂ ସେ ଏଶା ଦେଓଲଙ୍କ ନିକଟରେ କ୍ଷମା ମଧ୍ୟ ମାଗିଥିଲେ।

Share