ଧର୍ମେନ୍ଦ୍ରଙ୍କୁ ଏକୁଟିଆ ନ ଭେଟିବା ପାଇଁ ହେମାମାଳିନୀଙ୍କ ପିତା କରିଥିଲେ ଏମିତି କାମ

ବଲିଉଡର ଭେଟେରାନ ଅଭିନେତ୍ରୀ ହେମାମାଳିନୀ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଦୀର୍ଘ ୬ ଦଶନ୍ଧି ଧରି ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ତାଙ୍କ ପ୍ରେମ କାହାଣୀକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ନିକଟରେ ଇଣ୍ଡିଆନ୍‌ ଆଇଡଲ୍‌ରେ ଯୋଗ ଦେବା ସମୟରେ ନିଜ ପ୍ରେମ କାହାଣୀ ବିଷୟରେ ଶୁଣାଇଥିଲେ। ଡେଟିଂ ଦିନକୁ ମନେ ପକାଇ ସେ କହିଥିଲେ ଯେ, ସେ ଏବଂ ଧର୍ମେନ୍ଦ୍ର ଏକ ଗୀତ ଶୁଟିଂ କରୁଥିଲେ, ତାଙ୍କ ପିତା ତାଙ୍କ ସହ ଶୁଟିଂ ସେଟ୍‌କୁ ଯାଇଥିଲେ। ଏହାର କାରଣ ଥିଲା ସେ ଧର୍ମେନ୍ଦ୍ରଙ୍କ ସହ ଏକୁଟିଆ ସମୟ ବିତାଇ ପାରିବେ ନାହିଁ। ହେମା କହିଥିଲେ, ସାଧାରଣତଃ ମୋ ମା’ କିମ୍ବା ମାଉସୀ ଶୁଟିଂରେ ମୋ ସହିତ ରହୁଥିଲେ, କିନ୍ତୁ ଏକ ଗୀତର ଶୁଟିଂ ସମୟରେ ପିତା ମୋ ସାଥିରେ ଥିଲେ। ମୁଁ ଏବଂ ଧରମ ଜୀ ଏକୁଟିଆ ସମୟ ନ ବିତାଇବା ନାହିଁ ପିତା ଏଭଳି କରିଥିଲେ।

Share