ହେମାନନ୍ଦ ବିଶ୍ବାଳଙ୍କ ଝିଅଙ୍କ ପରଲୋକ

ସୁନ୍ଦରଗଡ଼, ୨୪।୪ (ଡି.ଏନ୍‌.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ମଞ୍ଜୁଲତା ନାୟକ(୪୪)ଙ୍କ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମଞ୍ଜୁଲତା ଦୀର୍ଘ ଦିନରୁ ଯକୃତ କର୍କଟ (ଲିଭର କ୍ୟାନ୍‌ସର)ରେ ପୀଡ଼ିତ ଥିଲେ। ଗତ ୩ ମାସରୁ ଊର୍ଦ୍ଧ୍ୱ ହେବ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ବାମୀ ବାମରା ନିବାସୀ ସୁଧାଂଶୁ ଶେଖର ନାୟକ (ଖୁକୁନା), ଏକମାତ୍ର ପୁଅ ସୁଜଳ ନାୟକ(୨୧)ଙ୍କ ସମେତ ପରିବାରବର୍ଗ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଶନିବାର ଭୁବନେଶ୍ୱରରୁ ମୃତଦେହ ଆସିବା ପରେ ବାମରାର ସ୍ଥାନୀୟ ଶ୍ମଶାନ ଘାଟରେ ଅନ୍ତିମ ସତ୍କାର ହେବ ବୋଲି ଜଣାପଡିଛି। ତାଙ୍କ ମୃତ୍ୟୁରେ କୁଚିଣ୍ଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ବ୍ଲକ କଂଗ୍ରେସ ସଭାପତି କ୍ଷୀରୋଦ କୁମାର ସା, ମହିଳା ସଭାନେତ୍ରୀ ଶାନ୍ତି କଂସଲ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Share