ହେମାନନ୍ଦଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ୱର,୨୬।୨(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିଲା । ଶନିବାର ବିଧାନସଭାରେ ସ୍ବର୍ଗତ ବିଶ୍ବାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିଧାନସଭା ପରିସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯାଇଥିଲା । କଂଗ୍ରେସ ଭବନରେ ହେମାନନ୍ଦଙ୍କ ଶେଷ ଦର୍ଶନ କରି ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ତାଙ୍କୁ ଜନ୍ମମାଟି ଝାରସୁଗୁଡ଼ା ନିକଟସ୍ଥ ଠାକୁରପଡା ନିଆଯାଉଛି । ସେଠାରେ ତାଙ୍କର ଶେଷକୃତ୍ୟ କରାଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନା ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ପ୍ରୀତି ରଞ୍ଜନ ଘଡାଇ ପ୍ରମୁଖ ଶେଷ ଦର୍ଶନ କରିଥିଲେ।

Share