Categories: ଜାତୀୟ

ହେମନ୍ତ ହେଲେ ମୁମ୍ବାଇ ପୋଲିସର ନୂତନ କମିଶନର

ମୁମ୍ବାଇ,୧୭।୩: ମୁମ୍ବାଇ ସ୍ଥିତ ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ ହେବା ଘଟଣାରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେ ଗିରଫ ହେବା ପରେ ମୁମ୍ବାଇ ପୋଲିସରେ ଏକ ବଡ଼ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ରାଜ୍ୟ ସରକାର ବୁଧବାର ପରମବୀର ସିଂଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରୁ ହଟାଇ ଦେଇଛନ୍ତି।  ତାଙ୍କ ସ୍ଥାନରେ ହେମନ୍ତ ନାଗ୍ରାଲେଙ୍କୁ ମୁମ୍ବାଇ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି। ପରମବୀର ରାଜ୍ୟ ହୋମଗାର୍ଡ ଡିଜି ଭାବେ କାର୍ଯ୍ୟ କରିବେ। ଏହି ସମ୍ପର୍କରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସୂଚନା ଦେଇଛନ୍ତି।

Share