Posted inଜାତୀୟ

ତୃତୀୟଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍‌

ରାଞ୍ଚି,୪।୭: ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ୍‌ ଶପଥ ନେଇଛନ୍ତି। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ରାଜ ଭବନରେ ତାଙ୍କୁ ଶପଥପାଠ କରାଇଛନ୍ତି।
୫ ମାସ ପୂର୍ବରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ଚମ୍ପାଇ ସୋରେନ୍‌ ବୁଧବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ଚମ୍ପାଇ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ହେମନ୍ତ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିଲେ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ଜାନୁଆରୀ ୩୧ରେ ଏକ ଜମି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜେରା ପରେ ଗିରଫ କରିଥିଲା। ଗିରଫ ହେବାର କିଛି ଘଣ୍ଟା ପୂର୍ବରୁ ହେମନ୍ତ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ଜେଏମ୍‌ଏମ୍‌ ମୁଖ୍ୟ ଶିବୁ ସୋରେନ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ଥିବା ଚମ୍ପାଇ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ। ଇତିମଧ୍ୟରେ ହେମନ୍ତ ନିଜ ଗିରଫଦାରିକୁ ବେଆଇନ ଦର୍ଶାଇ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିର ପ୍ରମାଣ ନ ଥିବା ଦର୍ଶାଇ ହାଇକୋର୍ଟ ଶୁକ୍ରବାର ଜାମିନ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେୟାରଟେକର ସହିତ ବିୟର ପିଉଥିଲେ ମହିଳା ପ୍ରିନ୍ସିପାଲ, ଦେଖିଦେଲେ ଛାତ୍ର, ତାପରେ…

ନୂଆଦିଲ୍ଲୀ, ୭।୭: ତେଲେଙ୍ଗାନାର ସୂର୍ଯ୍ୟପେଟ୍‌ ଅଞ୍ଚଳର ଏକ କଲେଜ୍‌ରେ ଜଣେ ମହିଳା ପ୍ରିନ୍ସିପାଲ ହଷ୍ଟେଲ୍‌ ଭିତରେ ବିୟର ପିଉଥିବା ଖବର ସାମ୍ନାକୁ ଆସିଛି । ଡିଗ୍ରୀ...

କୋଟିପତି ବାବା: ୧୦୦ କୋଟିର ସମ୍ପତ୍ତି, ୨୫ ଖଣ୍ଡ ଗାଡ଼ି

ନୂଆଦିଲ୍ଲୀ, ୭।୭: ହାଥରସ୍‌ରେ ହୋଇଥିବା ଦଳା ଚକଟାରେ ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭୋଲେ ବାବା ଅର୍ଥାତ ନାରାୟଣ ସାକାର ବିଶ଼୍ବ ହରି...

ଆଜି ପବିତ୍ର ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୭।୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ କିଛି ସମୟର ଅପେକ୍ଷା। ରଥ ଉପରେ ବିରାଜିବେ ଚର୍ତୁଦ୍ଧାମୂରତି। ଏଥିପାଇଁ ବଡ଼ଦାଣ୍ଡରେ ରଥ ପଥ ସବୁ ପ୍ରସ୍ତୁତ। ଏହି...

ପେପର ଲିକ୍‌ ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଠେଲି ବିଦା କରିଦେଲେ

ପ୍ରୟାଗରାଜ, ୭।୭: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ବିଶପ ଜନସନ ବାଳିକା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପାରୁଲ ଶଲୋମନଙ୍କୁ ଶନିବାର ତାଙ୍କ କାର୍ଯ୍ୟାଳୟରୁ ବଳପୂର୍ବକ ହଟାଇ ଦିଆଯାଇଛି। ଗତ...

ଜଗନ୍ନାଥଙ୍କ ବେଶରେ ପୂଜା ପାଇଲେ ଉଜ୍ଜୟନୀର ମହାକାଳେଶ୍ୱର

ନୂଆଦିଲ୍ଲୀ,୭।୭: ଆଜି ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେବା ସହ ସାରା ଦେଶରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ପୁରୀରେ ସଂଧ୍ୟା ୫ଟାରେ ରଥଟଣା ହେବ।...

ସିଜେଆଇଙ୍କୁ ପତ୍ର ଲେଖିଲେ ୧୫୦ ଆଇନଜୀବୀ,କେଜ୍‌ରିଓ୍ବାଲଙ୍କ ଜାମିନ ରୋକାଯିବା ଚିନ୍ତାଜନକ…

ନୂଆଦିଲ୍ଲୀ,୭ା୭: ଅବକାରୀ ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର...

ବନ୍ୟା ଘେରରେ କାଜିରଙ୍ଗା ଜାତୀୟ ଉଦ୍ୟାନ; ୧୧୪ ବନ୍ୟଜନ୍ତୁ ମୃତ

ଗୁଆହାଟୀ, ୬।୭: ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ବାଦ୍‌ ପଡ଼ିନାହିଁ। ଏହି ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର ୧୧୪ ବନ୍ୟଜନ୍ତୁଙ୍କର...

ଜମ୍ମୁ-କଶ୍ମିରରେ ଏନକାଉଣ୍ଟର; ଦୁଇ ଯବାନ ଶହୀଦ, ୪ ଆତଙ୍କୀ ନିପାତ

ନୂଆଦିଲ୍ଲୀ,୬।୭: ଦକ୍ଷିଣ କଶ୍ମିର କୁଲଗାମ ଜିଲାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ସେନାର ପ୍ରତିଜବାବରେ ଚାରି ଆତଙ୍କୀ ମଧ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri