Categories: ଜାତୀୟ

ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଦେଲେ ଏହି ବିଭାଗ

ରାଞ୍ଚି,୮।୭: ଆଜି ଝାଡଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କ କ୍ୟାବିନେଟକୁ ବିସ୍ତାର କରାଯାଇଛି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏବଂ ଜେଏମଏମ ନେତୃତ୍ୱାଧୀନ ଗଠବନ୍ଧନର ଅନ୍ୟ ୧୦ ଜଣ ନେତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବର୍ତ୍ତମାନ ବିଭାଗଗୁଡ଼ିକ ମଧ୍ୟ ମନ୍ତ୍ରୀଙ୍କ ମଧ୍ୟରେ ବଣ୍ଟାଯାଇଛି। କେଉଁ ମନ୍ତ୍ରୀ କେଉଁ ବିଭାଗ ପାଇଛନ୍ତି ତାହା ଆସନ୍ତୁ ଜାଣିବା…

ମୁଖ୍ୟମନ୍ତ୍ରୀଙ୍କ ସମେତ ବାର ସଦସ୍ୟ ବିଶିଷ୍ଟ କ୍ୟାବିନେଟରେ ନୂଆ ଚେହେରାରେ କଂଗ୍ରେସର ଜାମତାଡା ବିଧାୟକ ଇରଫାନ ଅନସାରୀ, ମହାଗମା ବିଧାୟକ ଦୀପିକା ପାଣ୍ଡେ ସିଂ ଏବଂ ଜେଏମଏମର ଲାତେହାର ବିଧାୟକ ବୈଦ୍ୟନାଥ ରାମ ଅଛନ୍ତି।

Share