Categories: ଜାତୀୟ

ଜେଲ୍‌ରୁ ମୁକୁଳିବା ପରେ ଏମିତି ଘୋଷଣା କଲେ ହେମନ୍ତ ସୋରେନ୍‌

ଭୋଗ୍‌ନାଡିହ,୩୦ା୬:ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରବିବାର ସାରା ଦେଶରେ ସାମନ୍ତବାଦୀ ତତ୍ତ୍ୱଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ୧୮୫୫ରେ ବ୍ରିଟିଶଙ୍କ ବିରୋଧରେ ସାନ୍ତାଳଙ୍କ ବିଦ୍ରୋହର ବର୍ଷପୂର୍ତ୍ତି ଅବସରରେ ‘ହୁଲ୍‌ ଦିବସ’ ପାଳନ କରାଯାଇଛି। ଜେଲ୍‌ରୁ ମୁକୁଳିବା ପରେ
ପ୍ରଥମ ଥର ପାଇଁ ଏକ ସଭାକୁ ସମ୍ବୋଧିତ କରି ହେମନ୍ତ କହିଛନ୍ତି, ତାଙ୍କୁ ଏକ ମିଥ୍ୟା ମାମଲାରେ ଫସାଇ ଦିଯାଇଥିଲା। କେନ୍ଦ୍ର ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କ ପଛରେ ସରକାର ନିଜ ଏଜେନ୍ସିଗୁଡ଼ିକୁ ଲଗାଉଛନ୍ତି। ସେ ଶୁକ୍ରବାର ବିର୍ସା ମୁଣ୍ଡା ଜେଲରୁ ମୁକ୍ତ ହୋଇଥିବାବେଳେ ଭାଜପା ଆତଙ୍କିତ ହୋଇଯାଇଛି। ଭାଜପାର ବଡ଼ ନେତାମାନେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚଳାଇଛନ୍ତି। ଜେଲ୍‌, ଲାଠି କିମ୍ବା ମୃତ୍ୟୁଦଣ୍ଡକୁ ଆମେ ଭୟ କରୁନାହୁଁ। କେନ୍ଦ୍ର ବିରୋଧରେ ହୁଲ୍‌ ବିଦ୍ରୋହ କରାଯିବ। ଏହି ଦଳ ଦେଶରୁ ମୂଳପୋଛ ହୋଇଯିବ ବୋଲି ହେମନ୍ତ କହିଛନ୍ତି। ପ୍ରକାଶ ଯେ, ଗତ ଜାନୁୟାରୀ ୩୧ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଜମି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା।

Share