Posted inଜାତୀୟ

‘ବିଭୀଷଣ ହେଉଛନ୍ତି ଚମ୍ପାଇ ସୋରେନ, ଯେତେବେଳେ ହେମନ୍ତ ସୋରେନ ଜେଲ ଯାଇଥିଲେ…’ ବଡ଼ ଅଭିଯୋଗ ଆଣିଲେ ମନ୍ତ୍ରୀ

ରାଞ୍ଚି,୨୦।୮: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡର ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ବରିଷ୍ଠ ନେତା ଚମ୍ପାଇ ସୋରେନ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ବଡ଼ ଚ୍ୟାଲେଞ୍ଚ ଦେଇଛନ୍ତି। ସୂଚନାନୁସାରେ, ଚମ୍ପାଇ ସୋରେନ ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟି (ଭାଜପା) ରେ ଯୋଗ ଦେଇପାରନ୍ତି ବୋଲଇ କୁହାଯାଉଛି। ଏହି ସମୟରେ ଝାଡଖଣ୍ଡ ସରକାରର ମନ୍ତ୍ରୀ ବନ୍ନା ଗୁପ୍ତା ଚମ୍ପାଇ ସୋରେନଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଏପରିକି ସେ ଚମ୍ପାଇ ସୋରେନଙ୍କୁ ବିଭୀଷଣର ମାନ୍ୟତା ଦେଇଛନ୍ତି।

ବନ୍ନା ଗୁପ୍ତା ଏକ ପ୍ରେସ ବିବୃତ୍ତରେ କହିଛନ୍ତି, ଯେତେବେଳେ ଝାଡଖଣ୍ଡର ଇତିହାସ ଲେଖାଯିବ, ଚମ୍ପାଇ ସୋରେନଙ୍କୁ ବିଭୀଷଣ ରୂପରେ ମାନ୍ୟତା ମିଳିବ। ଯେଉଁ ପାର୍ଟି ଏବଂ ମାଟି ତାଙ୍କୁ ସବୁକିଛି ଦେଇଛି ତାକୁ ସେ ପ୍ରତ୍ୟାଖ୍ୟାନ କରୁଛନ୍ତି। ନିଜର ସମ୍ମାନର ବନ୍ଧକ ରଖି ସରକାର ଭାଙ୍ଗିବା ପାଇଁ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଯେତେବେଳେ ଜିନିଷଗୁଡ଼ିକ ସାମ୍ନାକୁ ଆସୁଛି, ସେ ସୋସିଆଲ ମିଡିଆରେ ପୋଷ୍ଟ କରି କଇଫତ ଦେଉଛନ୍ତି। ବାସ୍ତବତା ହେଉଛି ଯେ ସେ ନିଜ କାର୍ଯ୍ୟରେ ଅନୁତାପ କରୁଛନ୍ତି ଏବଂ ମୁହଁ ଲୁଚାଉଛନ୍ତି।

ବନ୍ନା ଗୁପ୍ତା କହିଛନ୍ତି, ଯେବେ ଜେଏମଏମ ସରକାର ଗଠନ ହେଲା, ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ କରାଇଲେ, ତାଙ୍କର ପ୍ରତ୍ୟେକ ନିଷ୍ପତ୍ତିକୁ ସମ୍ମାନ କରୁଥିଲେ, କିନ୍ତୁ ଏହାର ପ୍ରତିବଦଳରେ ଚମ୍ପାଇ ସୋରେନ କ’ଣ କରିଛନ୍ତି। ଯେତେବେଳେ ହେମନ୍ତ ସୋରେନ ଜେଲ ଯିବା ଆରମ୍ଭ କଲେ, ସେତେବେଳେ ସେ ସମସ୍ତ ଶାସକ ଦଳର ବିଧାୟକମାନଙ୍କୁ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କହିଥିଲେ, ତେଣୁ ଆମେ ସମସ୍ତେ ହେମନ୍ତ ସୋରେନଙ୍କ ସହ ସହମତ ହୋଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri