Posted inଜାତୀୟ

ହେମନ୍ତ ସୋରେନ୍‌ ଜଣେ ‘ବିଗିଡି ଯାଇଥିବା ପୁଅ’: କିରେନ୍‌ ରିଜିଜୁ

ନୂଆଦିଲ୍ଲୀ,୧।୨: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଛି। ଗିରଫ ପୂର୍ବରୁ ସୋରେନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଥିଲେ, ମୁଁ ହାର ମାନିବି ନାହିଁ ଏବଂ ଆପୋଷ ବୁଝାମଣା କରିବି ନାହିଁ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ହେମନ୍ତ ସୋରେନଙ୍କ ଏହି ପୋଷ୍ଟର ଜବାବ ଦେଇଛନ୍ତି। ସେ ହେମାନ୍ତ ସୋରେନଙ୍କୁ ବିଗିଡା ପୁଅ ବୋଲି ବର୍ଣ୍ଣନା କରିଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟରେ କିରେନ ରିଜିଜୁ ଲେଖିଛନ୍ତି, ମୁଁ ମଧ୍ୟ ଜଣେ ଆଦିବାସୀ ଏବଂ ଅଧିକ ପଛୁଆ ଆଦିବାସୀ ଅଞ୍ଚଳରୁ ଆସିଛି। ମୁଁ ହେମନ୍ତଙ୍କ ବିବୃତ୍ତିରେ ହସୁଛି। ଯଦି ଶିବୁ ସୋରେନ ଜୀ ଏହା କହିଥାନ୍ତେ, ମୁଁ ଏହାକୁ ଗ୍ରହଣ କରିଥା’ନ୍ତି, କିନ୍ତୁ ଏହି ଜିନିଷଗୁଡ଼ିକ ଆପଣଙ୍କ ପାଇଁ ଅନୁପଯୁକ୍ତ। ଠିକ ଅଛି ଆଦିବାସୀ ହେବା ଆପଣଙ୍କୁ ସାଧାରଣ ଟଙ୍କା ଲୁଟିବା ପାଇଁ ଲାଇସେନ୍ସ ଦିଏ ନାହିଁ। ହେମନ୍ତ ସୋରେନ୍‌ ଜଣେ ବିଗିଡି ଯାଇଥିବା ପୁଅ।

ଜମି ଜାଲିଆତି ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ସାତ ଘଣ୍ଟାରୁ ଅଧିକ ସମୟ ପଚରାଉଚରା ପରେ ଇଡି ବୁଧବାର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନଙ୍କୁ ଗିରଫ କରିଛି। ଗିରଫ ପୂର୍ବରୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ତାଙ୍କୁ ଇଡି କାର୍ଯ୍ୟାଳୟକୁ ନିଆଯାଇଥିଲା ଏବଂ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼...

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri