Posted inଜାତୀୟ

ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ହେମନ୍ତ ସୋରେନ

ରାଞ୍ଚି,୮।୭: ସୋମବାର ଠାରୁ ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ହେମନ୍ତ ସୋରେନ ସରକାରଙ୍କ ସପକ୍ଷରେ ୪୫ ଭୋଟ ଦିଆଯାଇଥିଲା ଏବଂ ଏହା ସହ ସୋରେନ ସରକାର ଟ୍ରଷ୍ଟ ଭୋଟ ଜିତିଥିଲେ। ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ମାତ୍ରେ ଭାଜପା ବିଧାୟକମାନେ ବିଧାନସଭା ବାହାରେ ବିରୋଧ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ରବିବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବା ଲାଗି ଉଭୟ ଶାସକ ଦଳ ଏବଂ ବିରୋଧୀ ପୃଥକ ବୈଠକ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧାନସଭା ବାଚସ୍ପତି ରବୀନ୍ଦ୍ରନାଥ ମହାତୋ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି।
ସୂଚନା ଅନୁଯାୟୀ, ମିଳିତ ମଞ୍ଚରେ ଅନ୍ତର୍ଭୁକ୍ତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଆରଜେଡି ଏବଂ କଂଗ୍ରେସର ବିଧାୟକମାନେ ବିଧାନସଭାରେ ଟ୍ରଷ୍ଟ ଭୋଟ ପାଇବାକୁ ଆତ୍ମବିଶ୍ୱାସ ପ୍ରକାଶ କରିସାରିଛନ୍ତି, ଯଦିଓ ଭାଜପା କହିଥିଲା ଯେ ଶାସକ ଦଳ ପାଇଁ ଏହା ସହଜ ହେବ ନାହିଁ, କିନ୍ତୁ ଭାଜପାର ଏହି ଦାବି ମଧ୍ୟରେ ହେମନ୍ତ ସୋରେନ ସରକାର ଟ୍ରଷ୍ଟ ଭୋଟ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଜ୍‌ରେ ରାମ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ…

ନୂଆଦିଲ୍ଲୀ,୬ା୧୦: ଦିଲ୍ଲୀର ଶାହାଦରା ଅଞ୍ଚଳରେ ଷ୍ଟେଜ୍‌ରେ ରାମଲୀଳା ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି। ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ୍‌ଙ୍କ ଛାତିରେ ଯନ୍ତ୍ରଣା...

କୋଲକାତା ବଳାତ୍କାର ହତ୍ୟା ମାମଲା: ସନ୍ଦୀପ ଘୋଷଙ୍କୁ ଆଉ ଏକ ବଡ଼ ଝଟ୍‌କା

କୋଲକାତା,୬।୧୦: କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିବାକୁ...

‘ଅକ୍ଟୋବର ୮ ଫଳାଫଳକୁ ଅପେକ୍ଷା କର, ବାକି କେବଳ ଟାଇମ୍‌ ପାସ୍‌’

କଶ୍ମୀର,୬।୧୦: ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଶନିବାର ସନ୍ଧ୍ୟାରେ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଉପରେ ସନ୍ଦେହ...

ମସ୍କଟରୁ ଆସୁଥିବା ବିମାନର ଫାଟିଲା ଟାୟାର, ଅଳ୍ପକେ ବର୍ତ୍ତିଲେ ୧୪୬ ଯାତ୍ରୀ

ଚେନ୍ନାଇ,୬।୧୦: ଚେନ୍ନାଇ ବିମାନବନ୍ଦରରେ ଟଳିଛି ବଡ଼ ଦୁର୍ଘଟଣା। ଶନିବାର ମସ୍କଟରୁ ୧୪୬ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଆସୁଥିବା ଏକ ବିମାନର ଟାୟାର ଓହ୍ଲାଇବା ସମୟରେ ଫାଟି...

ଏକଜିଟ ପୋଲ୍‌କୁ ନେଇ କଂଗ୍ରେସ ଖୁସିରେ ଗଦଗଦ, ଏବେ ହେବ ଅସଲ ଖେଳ!

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ ଗ୍ରହଣ ପରେ ଏକଜିଟ ପୋଲ୍‌ର ଫଳାଫଳ କଂଗ୍ରେସକୁ ଖୁସି ଖବର ଦେଇଥିଲା। ସମସ୍ତ ଏକଜିଟ ପୋଲ୍‌ରେ...

ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର

କୋଲକାତା,୬।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରି ଜୁନିଅର ଡାକ୍ତରମାନେ ଶନିବାର...

ଏକଜିଟ୍‌ ପୋଲ୍‌ ପରେ ମହାପୋଲ୍‌ରେ ଆଶ୍ଚର୍ଯ୍ୟକର ସର୍ଭେ, ବଡ଼ ଓଲଟପାଲଟ…

ନୂଆଦିଲ୍ଲୀ,୬।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଏକଜିଟ ପୋଲ ବା ବୁଥ୍‌ ବାହୁଡା ମତ ପ୍ରକାଶ ପାଇଛି। ଅଧିକାଂଶ ସର୍ଭେରୁ ଜଣାପଡିଛି ଯେ...

ତିରୁପତିଙ୍କ ପ୍ରସାଦରେ ପୋକ!: ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା…

ନୂଆଦିଲ୍ଲୀ,୬।୧୦: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଥମି ନ ଥିବା ବେଳେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri