Categories: ଜାତୀୟ

ହେମନ୍ତ-ତେଜସ୍ବୀ ଭେଟ: ମିଳିମିଶି ଭାଜପାକୁ ହଟାଇବା ଯୋଜନା …

ରାଞ୍ଚି,୧୧।୨ : ବିହାରର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ ଶନିବାର ରାଞ୍ଚିରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ହେମନ୍ତ ସୋରେନଙ୍କୁ ଭେଟିଛନ୍ତି। ପରେ ତେଜସ୍ବୀ ଯାଦବ ଏହି ସାକ୍ଷାତର ଫଟୋ ଟୁଇଟରରେ ଶେୟାର କରିଛନ୍ତି।

ସେ ଲେଖିଛନ୍ତି ଯେ ବିହାର-ଝାଡଖଣ୍ଡ ଭାଜପାକୁ ହଟାଇବା ପାଇଁ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ସପ୍ତାହରେ ହେମନ୍ତ ଭାଜପା ବିରୋଧରେ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ମିଥ୍ୟା ଅଭିଯୋଗ କରି ଭାଜପା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଷଡଯନ୍ତ୍ର କରୁଛି।

ତେଜସ୍ବୀ ଯାଦବ ଟୁଇଟ କରି କହିଛନ୍ତି, ଝାଡ଼ଖଣ୍ଡର ମାନ୍ୟବର ମୁଖ୍ୟମନ୍ତ୍ରୀ, ସମ୍ମାନିତ ବଡ଼ ଭାଇ ହେମନ୍ତ ସୋରେନଙ୍କ ସହିତ ସାକ୍ଷାତ ସମୟରେ ଦେଶ ଏବଂ ରାଜ୍ୟ ସମ୍ବନ୍ଧୀୟ ବିଭିନ୍ନ ସାମାଜିକ, ରାଜନୈତିକ, ଅର୍ଥନୈତିକ ଏବଂ ସାମ୍ବିଧାନିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିହାର ଏବଂ ଝାଡଖଣ୍ଡ ମିଳିତ ଭାବେ ଭାଜପାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

Share