Categories: ଜାତୀୟ

ଖୁବ୍‌ ଶୀଘ୍ର ହେମନ୍ତ, ତେଜସ୍ବୀ, ବିଜୟନ , ଷ୍ଟାଲିନଙ୍କୁ ଗିରଫ କରାଯିବ: ଆତିଶି…

ନୂଆଦିଲ୍ଲୀ,୩୧।୧୦ : ଦିଲ୍ଲୀ ଏଏପି ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଆତିଶି ମାର୍ଲେନା କହିଛନ୍ତି, ଭାଜପାର ନିର୍ଦ୍ଦେଶରେ ପ୍ରଥମେ ନେଭେମ୍ବର ୨ରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଗିରଫ କରାଯିବ। ପରବର୍ତ୍ତୀ ସମୟରେ ସେମାନେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟାର୍ଗେଟ କରିବେ କାରଣ ଭାଜପା ତାଙ୍କୁ ପରାସ୍ତ କରିବାରେ ଅସମର୍ଥ। ତା’ପରେ ସେମାନେ ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରିବେ କାରଣ ବିହାରରେ ମିଳିତ ମଞ୍ଚ ଭାଜପା ଭାଙ୍ଗି ପାରି ନାହିଁ। ତା’ପରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଟାର୍ଗେଟ କରାଯିବ।

ଆତିଶି ମାର୍ଲେନା ଦୋହରାଇଛନ୍ତି ଏଏପି ନେତା ଜେଲ ଯିବାକୁ ଭୟ କରନ୍ତି ନାହିଁ ଏବଂ ସମ୍ବିଧାନ ବଞ୍ଚାଇବା ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼ିବେ। ଏଏପି ନେତା ସୌରଭ ଭରଦ୍ୱାଜ ଆତିଶିଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି।

ଏଏପିର ଦିଲ୍ଲୀ ରାଜ୍ୟ ସଂଯୋଜକ ଗୋପାଳ ରାୟ ମଧ୍ୟ ଖବରଦାତାଙ୍କୁ ସମ୍ବୋଧିତ କରି କହିଛନ୍ତି ଦଳ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବ। ସେ କହିଛନ୍ତି, ଅତୀତରେ ମଧ୍ୟ ଆକ୍ରମଣ ହୋଇଛି ଏବଂ ଆମେ ଏହା ଦ୍ୱାରା ଶକ୍ତିଶାଳୀ ହୋଇଛୁ। ସେମାନେ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି କାରଣ ସେମାନେ ଆମ ଆଦମୀ ପାର୍ଟିକୁ ଧ୍ୱଂସ କରିବାକୁ ଚାହାନ୍ତି। ସେମାନେଏଏପୀ ବିଧାୟକଙ୍କ ବିରୋଧରେ ୧୭୦ରୁ ଅଧିକ ମାମଲା ରୁଜୁ କରିଛନ୍ତି। ତେବେ ସମସ୍ତ ଚେଷ୍ଟା କିନ୍ତୁ ବିଫଳ ହୋଇଛି। ଆମ ଆଦମୀ ପାର୍ଟି ନିଜ ପାଇଁ ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ କାମ କରୁଛି।

 

Share