ଧାମନଗର,୨୯।୮(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଖଡ଼ିପଦା ପଞ୍ଚାୟତ ଦକ୍ଷିଣ କୋରୁଆ ଗ୍ରାମର ହେମନ୍ତ ଜେନା ଶୁକ୍ରବାର ସନ୍ଧ୍ୟାରେ ବନ୍ୟାଜଳରେ ଭାସି ଯାଇ ନିଖୋଜ ଥିଲେ। ତେବେ ଶନିବାର ତାଙ୍କର ମୃତଦେହ ଉଦ୍ଧାର ହୋଇଛି।
ସୂଚନାଯୋଗ୍ୟ, ବନ୍ୟା ଜଳ ମାଡି ଅସୁଥିବାବେଳେ ହେମନ୍ତ ସେଥିରେ ନିଖୋଜ ହୋଇଗଲେ। ପରେ ଓଡ୍ରାଫଟିମ୍ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କୁ ପାଇବାରେ ବିଫଳ ହୋଇଥିଲା। ଶନିବାର ପୂର୍ବାହ୍ନରେ ଅଗ୍ନିଶମ ବିଭାଗ ଗାଁ ନିକଟରେ ଜଳରେ ଭାସୁଥିବା ଏକ ମୃତଦେହ ଉଦ୍ଧାର କରଥିଲେ। ପରେ ତାହା ହେମନ୍ତଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଛି।