ବେଟିଂ କରି ଲୋକେ ଜେଲ୍ ଯାଉଥିବା କଥା ଶୁଣିଥିବେ। ହେଲେ ଜାଣନ୍ତି କି ନିକଟରେ ଦୁଇଟି ଗଞ୍ଜା କୁକୁଡାକୁ ବେଟିଂ ଭଳି ସଙ୍ଗିନ ଅଭିଯୋଗରେ ଜେଲ୍ ଯିବାକୁ ପଡିଛି। ୧୦ ଜାନୁୟାରୀ, ତେଲେଙ୍ଗାନାରେ ଘଟିଛି ଏହି ଘଟଣା। ସେବେଠାରୁ ଏହି ଦୁଇ ଗଞ୍ଜା ଜେଲ୍ ଭିତରେ ରହୁଛନ୍ତି। ରିପୋର୍ଟ ମୁତାବକ, ମକର ସଂକ୍ରାନ୍ତି ପର୍ବରେ କୁକୁଡା ଲଢେଇ ଖେଳ ଆୟୋଜନ ହୋଇଥିଲା। ଏହି ଖେଳରେ ଲୋକ ବେଟିଂ ଲଗେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ୧୦ଜଣଙ୍କୁ ଗିରଫ କଲେ। ତା’ସହ ଦୁଇ ଗଞ୍ଜା ଓ ଗୋଟେ ବାଇକ୍ ବି ଜବତ କଲେ। ପୋଲିସ୍ ସେହି ଦୁଇ ଗଞ୍ଜାକୁ ଗିରଫ କରିଥିଲେ। ପରବର୍ତ୍ତୀ ସମୟରେ ଜେଲ ଯାଇଥିବା ଅଭିଯୁକ୍ତ ବେଲ୍ ପାଇ ମୁକୁଳି ଯାଇଥିଲେ। ହେଲେ ଦୁଇ ଗଞ୍ଜା ଜେଲ୍ରେ ରହିଗଲେ। ଏପର୍ଯ୍ୟନ୍ତ କେହି ବି ସେମାନଙ୍କୁ ନିଜର କହି ନେବାକୁ ଆସି ନାହାନ୍ତି। ପୋଲିସଙ୍କ କହିବାନୁସାରେ ଦୁଇ ଗଞ୍ଜାଙ୍କୁ ମାମଲାର ଶୁଣାଣି ପରେ ହିଁ ଛଡା ଯିବ। ଶୁଣାଣି ପରେ ଗଞ୍ଜାଙ୍କୁ ଛାଡିବା ଆଦେଶ ମିଳିଲେ ସେମାନଙ୍କର ନିଲାମୀ ହେବ। ଅଧିକ ଟଙ୍କା ଦେବା ବ୍ୟକ୍ତିଙ୍କୁ ଦୁଇ ଗଞ୍ଜା ହସ୍ତାନ୍ତର କରାଯିବ।