Categories: ଖେଳ

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଅକଲାଣ୍ଡ,୨୩।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଫାଇନାଲ ଆସନ୍ତା ମାସରେ ଖେଳାଯିବ। ୧୮ରୁ ୨୨ ଜୁନ ମଧ୍ୟରେ ଖୋଯିବାକୁ ଥିବା ଏହି ଚାମ୍ପିଅନ୍‌ସିପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ହେନେରୀ ନିକୋଲାସ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଦୀର୍ଘଦିନର ପ୍ରେମିକା ଲୁସିଙ୍କୁ ବିବାହ କରିଛନ୍ତି। ବିବାହର ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ୨୯ ବର୍ଷୀୟ ହେନେରୀ ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଥାପି ଥିଲେ। ସେ ଏପର୍ଯ୍ୟନ୍ତ ୩୭ଟି ଟେଷ୍ଟରେ ୨ ହଜାର ୧୫୨ ରନ୍‌, ୫୨ଟି ଏକଦିବସୀୟ ୧୪୦୯ ରନ୍‌ ଏବଂ ୫ଟି ଟି-୨୦ ମ୍ୟାଚ୍‌ରେ ୧୯ ରନ୍‌ କରିଛନ୍ତି।

Share