ପନ୍ଦରମାଇଲି ଗାଁକୁ ସୁରକ୍ଷା ଦେଉଛି ହେନ୍ତାଳବଣ

ମହାକାଳପଡ଼ା,୬ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବିଶାଳ ହେନ୍ତାଳ ଜଙ୍ଗଲ ବିପର୍ଯ୍ୟୟର ସୁରକ୍ଷା ପାଚେରୀ ଭାବେ ଛିଡ଼ା ହୋଇଛି। ଏହାର ସୁରକ୍ଷା ଜରୁରୀ ହୋଇପଡ଼ିଛି। ରବିବାର ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳିଙ୍କ ଦ୍ୱାରା ବ୍ଲକର ବଉଳକଣି ପଞ୍ଚାୟତ ପନ୍ଦର ମାଇଲି ରାମଚଣ୍ଡୀ ଗଳିଆ ନଦୀ ଅବବାହିକାରେ ଥିବା ହେନ୍ତାଳ ବଣକୁ ସଫେଇ କରିଥିଲେ। ନଦୀ ଓ ସମୁଦ୍ରରୁ ଜୁଆର ପାଣିରେ ଭାସି ଆସୁଥିବା ବର୍ଜ୍ୟବସ୍ତୁ ତଥା ପ୍ଲାଷ୍ଟିକ ବଟଲ, ପଲିଥିନ, ଅନ୍ୟ ଆବର୍ଜନାଗୁଡିକ ଭାସି ଆସି ଗଛ ମୂଳରେ ଲାଗିଥାଏ। ଏ ସବୁ ବର୍ଜ୍ୟବସ୍ତୁ ହେନ୍ତାଳ ଓ ଲୁଣା ଜଙ୍ଗଲରେ ବହୁଳ ଭାବେ ଲାଗିଥାଏ। ଫଳରେ ଗଛ ବଢ଼ିବାରେ ବାଧା ସୃଷ୍ଟି ହୋଇଥାଏ। ଏହି ଅବସରରେ ଏହାକୁ ଦୃଷ୍ଟିରେ ରଖି ରବିବାର ଏକ ସଫେଇ କାର୍ଯ୍ୟକ୍ରମ ମାହାଳିଙ୍କ ଦ୍ୱାରା ହୋଇଥିଲା। ଜଙ୍ଗଲ ସଂଲଗ୍ନ ଥିବା ଆଦିବାସୀ ପନ୍ଦର ମାଇଲି ଗ୍ରାମର ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଲୋକମାନଙ୍କୁ ଜଙ୍ଗଲ ସୁରକ୍ଷା ଓ ସଫେଇ ସମ୍ପର୍କରେ ସଚେତନ କରାଯାଇଥିଲା। ହେନ୍ତାଳ ଓ ଲୁଣା ଜଙ୍ଗଲ ପରିବେଷ୍ଟିତ ଏହି ଆଦିବାସୀ ଅଧ୍ୟୁଷିତ ପନ୍ଦର ମାଇଲି ଗ୍ରାମକୁ ଘେରି ରହିବା ଦ୍ୱାରା ୧୯୬୭, ୧୯୭୧, ୧୯୮୨, ୧୯୯୯,୨୦୧୩, ୨୦୧୪, ୨୦୧୮, ୨୦୧୯ ବାତ୍ୟା ବିପର୍ଯ୍ୟୟରୁ ରକ୍ଷା କରିଛି ବୋଲି ଗାଁର ଲୋକମାନେ କହିଛନ୍ତି। ଗ୍ରାମରୁ ପ୍ରତ୍ୟକ ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକ ଜାତ ସାମଗ୍ରୀଗୁଡିକକୁ ବାହାରି ନ ଫୋପାଡି ପୋଡ଼ି ଦେଲେ ଜଙ୍ଗଲ ଉପରେ ବିପଦ ପଡ଼ିବ ନାହିଁ ବୋଲି ମାହାଳି ଗାଁ ଲୋକଙ୍କୁ ସଚେତନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି...

ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା

କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି...

ଦାଉ ସାଧିଛି ଅଦିନିଆ ବର୍ଷା: କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ତହସିଲଦାର

ଗଞ୍ଜାମ, ୨୫।୧୨(ବିଦ୍ୟାଧର ସାହୁ): ଗତ କିଛି ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ପାଚିଲା ଧାନ ଅମଳ କରି ଘରକୁ ଆଣିବା ସମୟରେ...

ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା: ବିଲ ଓ ମଣ୍ଡିରେ ଭିଜିଲା ଧାନ

କୋକସରା,୨୫।୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଲଘୁଚାପଜନିତ ବର୍ଷା ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଲାଗି ରହିଛି। ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ସକାଳ...

ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା

ବାଲିଗୁଡା,୨୫।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର...

ସାଧାରଣ ଲୋକଙ୍କ ପାଖରେ ସ୍ବଚ୍ଛ ପ୍ରଶାସନ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା: କନକ ବର୍ଦ୍ଧନ ସିଂଦେଓ

ବଲାଙ୍ଗୀର, ୨୫।୧୨: (ସୁନିଲ କୁମାର ମହାନ୍ତି): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅଡିଟୋରିୟମରେ ଜିଲାସ୍ତରୀୟ...

ଶ୍ରୀଜିଉଙ୍କୁ ଦର୍ଶନ କଲେ ବିଦାୟୀ ରାଜ୍ୟପାଳ, କହିଲେ ମହାପ୍ରଭୁଙ୍କ ଯୋଗୁ ମୁଁ ଓଡ଼ିଶାର ସେବା…

ପୁରୀ,୨୫ା୧୨: ରାଜ୍ୟପାଳ ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ମହାପ୍ରଭୁଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri