ସୁରଟରୁ ପ୍ରେମିକା ଆସି କବିସୂର୍ଯ୍ୟନଗର ଥାନାରେ: ୫ ବର୍ଷ ଧରି ଶାରୀରିକ ସମ୍ପର୍କ ରଖି…

କବିସୂର୍ଯ୍ୟନଗର,୧୮ା୭-ସୁରଟର ଜଣେ ଯୁବତୀଙ୍କ ସହିତ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରି ଫେରାର୍‌ ହୋଇଗଲେ ପ୍ରେମିକ। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମର ଅରେନ୍ଦ୍ର କରଣ ସୁରଟର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସେଠାରେ ଦୀର୍ଘ ୫ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ଛାଡ଼ି ବଡ଼ଆଗୁଳ ଗ୍ରାମକୁ ଆସି ଅନ୍ୟତ୍ର ବିବାହ ଯୋଜନା ଚାଲିଥିଲା। ଖବର ପାଇ ପ୍ରେମିକା ସୁରଟରୁ ଶନିବାର ଆସି କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ. ୩୦୦/୨୧ରେ ମାମଲା ରୁଜୁ କରି ଯୁବତୀଙ୍କୁ କୋର୍ଟରେ ହାଜର କରାଇ ବ୍ରହ୍ମପୁର ସ୍ଥିତ ମହିଳା ସୁଧାର ଗୃହକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତ ଯୁବତୀଙ୍କୁ କୋର୍ଟ ବିବାହ କରିବି କହି ତାଙ୍କଠାରୁ ଆଧାର କାର୍ଡ, ସାର୍ଟିଫିକେଟ ଆଦି ନେଇଯାଇଥିବା ଯୁବତୀ ଜଣକ ଏତଲାରେ ଦର୍ଶାଯାଇଛନ୍ତି। ପ୍ରେମିକ ଗିରଫ ଭୟରେ ଫେରାର ହୋଇଯାଇଛନ୍ତି। ସମସ୍ୟା ସମାଧାନ ନ ହେଲେ ପ୍ରେମିକର ଘର ଆଗରେ ଆତ୍ମହତ୍ୟା କରିବେ ବୋଲି ଯୁବତୀ ଜଣକ ଚେତାବନୀ ଦେଇଛନ୍ତି।