୮ ମାସର ଗର୍ଭବତୀ ବୋହୂଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଜୀବନ ଗଲା

ରାୟଗଡା ଅଫିସ,୧୦।୧୦: ରାୟଗଡ଼ା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡଙ୍ଗପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ୱଶୁର ବୋହୂଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବୋହୂ ସୁମିତ୍ରା ମାଣ୍ଡାଙ୍ଗି (୨୪) ରୋଷଇ ଘର କବାଟ ଖୋଲି ଚା’ କରିବାକୁ ଯିବା ସମୟରେ ପୂର୍ବରୁ ତଳେ ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ୮ ମାସର ଗର୍ଭବତୀ ବୋହୂକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର ଦହନି ମାଡାଙ୍ଗି (୬୫) ମଧ୍ୟ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କାରି ଉଭୟଙ୍କୁ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି

Share