ଏମିତି ଜୀବନସାଥୀ ଖୋଜୁଛନ୍ତି କ୍ରୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନଙ୍କ ଫିଲ୍ମ ‘ହମ ଦୋ ହମାରେ ଦୋ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ ସହ ନଜର ଆସିବେ। ଏହି ଦୁଇ ଷ୍ଟାର ଆଜିକାଲି ସେମାନଙ୍କର ଫିଲ୍ମକୁ ନେଇ ଜୋରଦାର ପ୍ରଚାର କରୁଛନ୍ତି। ଏହି ସମୟରେ କ୍ରୀତି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବି ଅନେକ କଥା କହିଛନ୍ତି। ସେ କିପରି ଜୀବନ ସାଥୀ ଖୋଜୁଛନ୍ତି ସେ ସମ୍ପର୍କରେ କହିଛନ୍ତି।

କ୍ରୀତି କହିଛନ୍ତି, ମୁଁ ପ୍ରକୃତରେ ଏମିତି ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିବି, ଯିଏ କି ତାଙ୍କ ପରିବାର ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମୁଁ ଜଣେ ସ୍ନେହୀ, ସଚ୍ଚୋଟ, ବିଶ୍ୱସ୍ତ ଜୀବନସାଥୀ ଚାହୁଁଛି। ଯାହାଙ୍କ ସହିତ ମୋର ସମ୍ପର୍କ ସବୁଦିନ ରହିପାରିବ। କ୍ରୀତିଙ୍କ ଏହି ବିବୃତ୍ତି ପରେ ଅନେକ ଚ୍ଚର୍ଚ୍ଚା ହେଉଛି।

ଆଜିକାଲି କ୍ରୀତି ତାଙ୍କର ଆଗାମୀ ଫିଲ୍ମକୁ ନେଇ ବି ହେଡ୍‌ଲାଇନ୍‌ରେ। ତାଙ୍କ ଆକ୍ସନ ପ୍ୟାକ୍‌ ଫିଲ୍ମ ‘ଗଣପଥ’ର କାର୍ଯ୍ୟ ପାଇଁ ସେ ଲଣ୍ଡନ ଯାଇଛନ୍ତି। ଅଭିନେତ୍ରୀ ଏକ ବ୍ରାଉନ ଜମ୍ପଶୁଟ୍‌ ସହିତ ଏକ ଓଭର ସାଇଜ କୋଟରେ ନଜର ଆସିଛନ୍ତି। ଭିଡିଓରେ ଅଭିନେତ୍ରୀ ବହୁ ଗ୍ଲାମରସ ଷ୍ଟାଇଲରେ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି। ସବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ଟାଇଗର ଶ୍ରଫଙ୍କ ସହ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୨୦୨୨ ଖ୍ରୀଷ୍ଟମାସ ଅବସରରେ ରିଲିଜ ହେବ ବୋଲି କୁହାଯାଉଛି।

Share