ହେରାଫେରି ୩ରେ ଅକ୍ଷୟଙ୍କ ସ୍ଥାନରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ !

ମୁମ୍ବାଇ: ଫିଲ୍ମ ହେରାଫେରି ଆଜିବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି । ଏବେ ଏହାର ପାର୍ଟ ୩କୁ ନେଇ ଆଲୋଚନା ଜାରି ରହିଛି । କିଛିଦିନ ହେବ ଖବର ଆସୁଥିଲା କି ଫିଲ୍ମର ତୃତୀୟ ପାର୍ଟରେ ଅକ୍ଷୟ କୁମାରଙ୍କ ସ୍ଥାନରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ନିଆଯାଉଛି । ହେଲେ କିଛି ମିଡିଆ ସଂସ୍ଥା କହିଛି ଯେ ଅକ୍ଷୟ କୁମାର ଏବେ ହେରାଫେରି ଫ୍ରାଞ୍ଚାଇଜର ଅଂଶ ହେବେ ନାହିଁ । ଅର୍ଥାତ୍ ହେରାଫେରି ୩ ରେ ଅକ୍ଷୟ କୁମାର ଅଭିନୟ କରିବେ ନାହିଁ । ତାଙ୍କ ଚରିତ୍ର ରାଜୁକୁ ଏଥର ହଟାଇ ଦିଆଯାଇଛି ବୋଲି ଜଣାପଡିଛି । କାର୍ତ୍ତିକ ଆର୍ଯ୍ୟନ ଏକ ନୂଆ ଚରିତ୍ରରେ ନଜର ଆସିବେ ।
ସୂଚନାଯୋଗ୍ୟ, ଅନିସ ବଜମୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ହେରାଫେରି ୩ରେ ପରେଶ ରାୱଲ ଓ ସୁନିଲ ସେଟ୍ଟି ପୁଣି ନଜର ଆସିବେ । ଏବେ କାର୍ତ୍ତିକ ଆର୍ଯ୍ୟନ ନୂଆ ଚରିତ୍ରରେ ଫିଲ୍ମ ‘ହେରା ଫେରି ୩’ରେ ନଜର ଆସିବେ । କାର୍ତ୍ତିକ ଗତ ଦୁଇ ବର୍ଷ ଭିତରେ ନିଜକୁ ଜଣେ ଆଗଧାଡିର ଅଭିନେତା ଭାବେ ପ୍ରତିପାଦିତ କରିଥିବା ବେଳେ ଏହାର ଶ୍ରେୟ ‘ଭୁଲ ଭୁଲେୟା ୨’କୁ ଯିବ ବୋଲି କୁହାଯାଉଛି । କାରଣ ଏଥିର ତାଙ୍କର ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଏଥିରେ ତାଙ୍କର ଅଭିନୟ ଭବିଷ୍ୟତ ପାଇଁ ଅନେକ ଦରୱାଜା ଖୋଲି ଦେଇଥିଲା ।

Share