୭ ବର୍ଷରୁ ଚିହ୍ନୁଥିଲେ ଜଡ଼ିବୁଟି

କେନ୍ଦୁଝର, ୩ା୩ (ସ୍ବ.ପ୍ର.): ପିଲା ଦିନରୁ ମାତ୍ର ୭ ବର୍ଷ ବୟସରୁ ବାପାଙ୍କ ସହିତ ଜଡିବୁଟି ଚିକିତ୍ସା କରି ଆଜି ନିଜକୁ ପ୍ରତିଷ୍ଠିତ କରିଛନ୍ତି ବୈଦ୍ୟ ପୁରୁଷୋତ୍ତମ ମହାନ୍ତ। ତାଙ୍କ ଘର ଚମ୍ପୁଆ ବ୍ଲକ ସିଲିପୁଞ୍ଜ ଗ୍ରାମରେ। ୧୯୯୦ ମସିହା ପୂର୍ବରୁ ବାପା ଗାୈତମ ମହାନ୍ତଙ୍କ ଦେହାନ୍ତ ପରେ କାୈଳିକ ବୃତ୍ତି ଭାବେ ଏହି କବିରାଜି ଚିକିତ୍ସାକୁ ଆପଣାଇ ଏବେ ସେ ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଶେଷ କରି ଅପସ୍ମାର, କିଡନୀ, ଶୁକ୍ରାଣୁ ସମସ୍ୟା, ବାତ, ସ୍ତ୍ରୀ ରୋଗ ଚିକିତ୍ସାରେ ସିଦ୍ଧହସ୍ତ ହୋଇ କେନ୍ଦୁଝର ଜିଲା ବ୍ୟତୀତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରୋଗୀ ଚିକିତ୍ସା କରୁଛନ୍ତି।
ଗାଁ ଗାଁ ବୁଲି ବିଭିନ୍ନ ଛକରେ ଦୋକାନ ଖୋଲି ରୋଗୀ ଚିକିତ୍ସା କରିଆସୁଥିବା ପୁରୁଷୋତ୍ତମ କିଛି ବର୍ଷ ହେଲା ସ୍ଥାୟୀ ଭାବେ କେନ୍ଦୁଝର ସହର କଲେଜ ରୋଡରେ ନିଜର ଚିକିତ୍ସା କେନ୍ଦ୍ର (ଆୟୁର୍ବେଦିକ ସେବା ସଦନ) ଖୋଲି କାମ କରିଆସୁଛନ୍ତି। ନିଜେ ଜଡିବୁଟି ସଂଗ୍ରହ କରି ଏବଂ ବାହାରୁ କିଣି ଔଷଧ ପ୍ରସ୍ତୁତ କରିବା ସହ ରୋଗୀଙ୍କ ଚିକିତ୍ସା କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଏହା ପୂର୍ବରୁ ଦୀର୍ଘ ୧୨ ବର୍ଷ ଧରି ବୈଦ ବିଶାରଦ ହରେକୃଷ୍ଣ ମହାନ୍ତଙ୍କଠାରୁ ପରାମର୍ଶ ନେଇ ତାଙ୍କ ସହିତ କାମ କରିଥିବା କୁହନ୍ତି। ତାଙ୍କର ଦୃଢ ଇଛା ଶକ୍ତି ଓ ଚିକିତ୍ସା ସେବାରେ ଗବେଷଣାତ୍ମକ ଚିନ୍ତାଧାରା ଯୋଗୁ ଆଜି ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବହୁ ଜିଲା ଓ ବାହାର ରୋଗୀଙ୍କୁ ସଫଳ ଚିକିତ୍ସା କରିପାରିଛନ୍ତି ବୋଲି ବୈଦ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏବେ ତାଙ୍କ ପାଖରେ ପାଖାପାଖି ୨୫୦ ପ୍ରକାରର ଜଡିବୁଟି ରହିଥିବା ବେଳେ ସେସବୁ ପଶ୍ଚିମବଙ୍ଗ, ରାଇପୁର, ଉତ୍ତରାଖଣ୍ଡ ଆଦି ରାଜ୍ୟରୁ ସେ କିଣିଥିବା କୁହନ୍ତି। ସେ ନିଜେ ୯୦ ପ୍ରତିଶତ ଗଛପତ୍ର ଦେଖି ଚିହ୍ନିପାରନ୍ତି। ଜଡିବୁଟିର ମାନ ଅନୁଯାୟୀ ଔଷଧୀୟ ଗୁଣ ଏବଂ ଦାମ ରହିଛି ା ସେ ଅନୁସାରେ ଚିକିତ୍ସା କରାଯାଇଥାଏ। ଏଣୁ ଅନେକ ସମୟରେ ବ୍ୟୟବହୁଳ ହୋଇଥିଲେ ହେଁ ଯେଉଁ ରୋଗ ଏଲୋପାଥୀରେ ଭଲ ହେବ ନାହିଁ ତାହା ଏହି ଔଷଧରେ ଭଲ ହୋଇଥାଏ ବୋଲି ସେ କୁହନ୍ତି ା ବିଶେଷ କରି ତାଳପତ୍ର ପୋଥି, ଶାସ୍ତ୍ରୀୟ ଔଷଧ, ତୁଟୁକା ଔଷଧର ସହାୟତାରେ ଚିକିତ୍ସା କରିଥାନ୍ତି। ଜଙ୍ଗଲ କ୍ଷୟ ଯୋଗୁଁ ବହୁ ପାରମ୍ପାରିକ ଔଷଧୀୟ ଫଳ, ମୂଳ ଆଦି ଲୋପ ପାଇବାକୁ ବସିଥିଲେ ହେଁ ଖଣ୍ଡାଖାଇ, କୁଳୁଚି, ନାଗରମୁଖା, ଅଁଳା ଆଦି ବାହାରକୁ ଚାଲାଣ ହୋଇଯାଉଛି।
ରୋଗର ପ୍ରକୃତ କାରଣ ଚିହ୍ନି ପାରିଲେ ଚିକିତ୍ସା ସୁବିଧା ଜନକ ହୋଇଥାଏ। ଏଲୋପାଥୀ ଭଳି ଏହି ଚିକିତ୍ସାରେ ତୁରନ୍ତ ଭଲ ହେବା ବ୍ୟବସ୍ଥା ନାହିଁ। ଏଣୁ ଏଥିପାଇଁ ବିଶ୍ୱାସ, ଧୈର୍ଯ୍ୟ ଜରୁରୀ ବୋଲି ସେ କୁହନ୍ତି ା ଆଜିକାଲି ଔଷଧର ବେପାର ବଢିଯାଇଛି। ବହୁ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଠିକ ନୀତିନିୟମ, ଭାଗମାପରେ କରାଯାଉଛି କି ନାହିଁ ତାହା ଉପରେ ରୋଗର ଉପଶମ ନିର୍ଭର କରିଥାଏ ବୋଲି ସେ କୁହନ୍ତି। ଏହି ଔଷଧର ପାର୍ଶ୍ୱବର୍ତ୍ତୀ ପ୍ରତିକ୍ରିୟା ନ ଥାଏ। ସେ ଶ୍ରେଷ୍ଠ ଯୁବକ ବୈଦ୍ୟ ଭାବରେ ବିଭିନ୍ନ ସ୍ଥାନରେ ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ଆସିଥିଲେ ହେଁ ରୋଗୀ ସେବାକୁ ପାଥେୟକରି ଆଗେଇଚାଲିଛନ୍ତି। ସରକାରଙ୍କ ତରଫରୁ ମାନ୍ୟତା ଓ ପ୍ରୋତ୍ସାହନ ମିଳିଲେ ତାଙ୍କ ଭଳି ଅନ୍ୟମାନେ ଉପକୃତ ହୋଇପାରିବେ ଏବଂ ଏହି ବହୁ ପୁରୁଣା ପରମ୍ପରାର ସୁରକ୍ଷା ହେବା ସହ ନୀରୋଗ ସମାଜ ଗଠନରେ ସହାୟକ ହୋଇପାରନ୍ତା ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା

କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି...

ଗଛରେ ପିଟିହେଲା ପିକ୍‌ଅପ୍‌: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲପର ଗୁରୁତର

ପାଟଣା,୨୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ନିକଟରେ ଏକ ପିକଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା...

ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା...

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...

କାମ କରିବାକୁ ଯାଇଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣା,୨୪।୧୨(ବୀର କିଶୋର ଦାଶ): ଚଣ୍ଡିଖୋଲ ନିକଟସ୍ଥ ମାଙ୍କଡପାଳ ଗ୍ରାମକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିବା ମହିଳାଙ୍କ ରବିବାର ସନ୍ଦେହ ଜନକ ଭାବେ ମୃତ୍ୟୁ...

ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ

ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲିରେ ଆକ୍ରମଣ: ଜଣେ ଗୁରୁତର

ଆନନ୍ଦପୁର ୨୦।୧୨(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ଖିଲାର ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ସକାଳୁ ବିଜୁ...

୪ରେ ପାଟଣା ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ

ପାଟଣା,୨୦ା୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଜାନୁୟାରୀ ୪ ତାରିଖ ଅପରାହ୍ନ ୧୧ ଟା ୩୦ରେ ଅନାସ୍ଥା ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri