ମନ୍ଦିରରେ ପହଞ୍ଚିଲେ ସିଂହ ପଲ, ଅଡୁଆରେ ପଡିଲେ ପୁରୋହିତ , ଭିଡିଓ ଭାଇରାଲ…

ଅହମଦାବାଦ,୧୩।୧୧ : ଗୁଜରାଟର ଗିରର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ସିଂହମାନଙ୍କର ଏକ ପଲ ଗିର ଗାଁରେ ଅବସ୍ଥିତ ଏକ ମନ୍ଦିର ପରିସରରେ ପହଞ୍ଚିଥିଲେ। ଏହା ସକାଳ ସମୟ ଥିଲା । ପୁରୋହିତ ମନ୍ଦିରରେ ଥିଲେ। ସେ ସିଂହମାନଙ୍କୁ ଦେଖି ସଙ୍ଗେ ସଙ୍ଗେ କବାଟ ବନ୍ଦ କରିଦେଲେ। କିନ୍ତୁ ଏକ ସିଂହ ଶାବକ ମନ୍ଦିର ଦ୍ୱାର ନିକଟରେ ପହଞ୍ଚିଲା। ପଣ୍ଡିତ ଜୀ ଏକ ଭିଡିଓ ତିଆରି କରୁଥିଲେ, ସେ ଅନୁଭବ କଲେ ଯେ ସିଂହ ପାଖେଇ ଆସୁଛି, ତେଣୁ ସେ ସଙ୍ଗେ ସଙ୍ଗେ ପାଟିରେ ହଟ … ହଟ …ଶବ୍ଦ କରିବା ଆରମ୍ଭ କରିଥିେଊ ଫଳରେ ଭୟଭୀତ ହୋଇ ସେ ସେଠାରୁ ଚାଲିଯାଇଥିଲା।

ଏହି ଭିଡିଓ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ‘ଅଭୟ’ (@abhaysinh_g) ଦ୍ୱାରା ମେ ୨୫ ରେ ପୋଷ୍ଟ କରାଯାଇଥିଲା । ସେ କ୍ୟାପସନରେ କହିଥିଲେ ଗିର ଆଖପାଖ ଅଞ୍ଚଳରେ ଏଭଳି ଦୃଶ୍ୟ ପ୍ରାୟତଃ ଦେଖାଯାଇଥାଏ । ୨ ଦିନ ପୂର୍ବେ ଗିରର ଏକ ଗ୍ରାମ ନିକଟରେ ପାଣ୍ଡେଶ୍ୱର ମହାଦେବଙ୍କ ଏକ ମନ୍ଦିର ଅଛି। ଯେତେବେଳେ ପୁରୋହିତ ସକାଳେ ପୂଜା କରିବାକୁ ଯାଇଥିଲେ, ହଠାତ ଏକ ସିଂହ ପଲ ମନ୍ଦିର ନିକଟରେ ପହଞ୍ଚିଥିଲେ। ପୁରୋହିତ ମନ୍ଦିରର କବାଟ ବନ୍ଦ କରିଦେଲେ, ଯେପରି ସିଂହମାନେ ଭିତରକୁ ଆସି ପାରିବେ ନାହିଁ। ପଲରେ ମା‘ ଏବଂ ଦୁଇ ବର୍ଷର ଶାବକ ଥିଲେ।

 

 

Share