ବିବାହ ପୂର୍ବରୁ ଏହି ୫ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ସବୁ ଝିଅଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ। ଏହି ସମୟକୁ ସେମାନେ ଅପେକ୍ଷା କରି ରହିଥାନ୍ତି। ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତଙ୍କ କ୍ଷେତ୍ରରେ ଘଟିଥିଲା ଏକ ଅଜବ ସଂଯୋଗ। ମୀରା ମାତ୍ର ୭ ଘଣ୍ଟାର ସାକ୍ଷାତ ପରେ ଶାହିଦଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଏବେ ସେ ଶାହିଦଙ୍କ ସହ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି।
ତେବେ ମୀରା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମଜାଳିଆ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଆପଣ ଯେଉଁଠାରେ ବିବାହ କରିବାକୁ ଯାଉଛନ୍ତି, ସେ ଘର ଆପଣଙ୍କ ପାଇଁ କେତେ ସୁରକ୍ଷିତ ତାହା ଉପରେ ନିଶ୍ଚୟ ବିଚାର କରନ୍ତୁ। ତାଙ୍କ ହିସାବରେ ବିବାହ ପୂର୍ବରୁ ୫ଟି କଥା ପ୍ରତି ବିଶେଷ ଧ୍ୟାନ ହେବା ଉଚିତ୍‌। ଜାଣିବା ସେ ବିଷୟରେ…
୧. ବିବାହ ପୂର୍ବରୁ ଭାବି ସ୍ବାମୀଙ୍କ ସହ କଥା ହେବା ଆବଶ୍ୟକ। ତେବେ ଏହି ସମୟରେ ସେମାନଙ୍କ ପୂର୍ବତନ ପ୍ରେମିକା ବିଷୟରେ ପ୍ରଶ୍ନ କରିବା ଅନୁଚିତ। କାରଣ ଏପରି କଲେ ସୁଖୀ ଦାମ୍ପତ୍ୟ ଜୀବନ ଆରମ୍ଭ ହେବା ପୂର୍ବରୁ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ।
୨. ନିର୍ବଦ୍ଧରୁ ବିବାହ ପର୍ଯ୍ୟନ୍ତ ସମୟ ସବୁଠାରୁ ସ୍ବତନ୍ତ୍ର। ଏହି ସମୟରେ ଭାବି ସ୍ବାମୀଙ୍କଠାରୁ କିଛି ଡିମାଣ୍ଡ କରିବା ଉଚିତ ନୁହେଁ।
୩. ବିବାହ ପୂର୍ବରୁ ପୁଅ ଓ ଝିଅ ଘର ମଧ୍ୟରେ ସବୁବେଳେ ଯିବାଆସିବା ଲାଗି ରହିଥାଏ। ତେଣୁ ଏହି ସମୟରେ ଶାଶୁଘର ଲୋକଙ୍କ ପ୍ରକୃତି ବିଷୟରେ ବୁଝିବାକୁ ଚେଷ୍ଟା କରନ୍ତୁ। ସେମାନଙ୍କ ପସନ୍ଦ, ନାପସନ୍ଦକୁ ଜାଣନ୍ତୁ।
୪. ପୁଅକୁ ବୁଝିବା ପାଇଁ ବିବାହ ପୂର୍ବରୁ ଏକ କାଜୁଆଲ ସାକ୍ଷାତକାର ରଖନ୍ତୁ।
୫. ସର୍ବପ୍ରଥମେ ପୁଅର ଭଉଣୀ ସହ ଭଲ ସମ୍ପର୍କ ରଖିବା ଆବଶ୍ୟକ। କାରଣ ନଣଦ-ଭାଉଜ ସମ୍ପର୍କ ଭଲ ରହିଲେ ପରିବାରରେ ସମସ୍ତଙ୍କ ସହ ଭଲ ସମ୍ପର୍କ ରହିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୧୮୦ ସ୍ପିଡ୍‌ରେ ପିଟିହେଲା ଅଭିନେତା ଅଜିତଙ୍କ କାର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧: ଦୁର୍ଘଟଣାର ଶିକାର ହୋଇଛନ୍ତି ତାମିଲ ଅଭିନେତା ଅଜିତ କୁମାର। ଦୁବାଇର ୨୪ ହାୱାର ରେସ୍ ୨୦୨୫ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଏହି ଦୁର୍ଘଟଣା...

ବିବାହର ୩୩ ବର୍ଷ ପରେ ମକ୍କା ଯାଇ ଧର୍ମ ବଦଳାଇଲେ ଗୌରୀ ଖାନ୍‌? ଫଟୋ ଭାଇରାଲ ପରେ…

ମୁମ୍ବାଇ: ବି-ଟାଉନ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ ଏବଂ ଗୌରୀ ଖାନ୍‌ ଅନ୍ୟତମ। ଆଜି ବି ଅନେକଙ୍କ ପାଇଁ ତାଙ୍କ ପ୍ରେମ...

ବଢିଲା ସଲମାନଙ୍କ ସୁରକ୍ଷା, ଗାଲାକ୍ସି ବାଲକୋନିରେ ଲାଗିଲା ବୁଲେଟ ପ୍ରୁଫ ଗ୍ଲାସ

ମୁମ୍ବାଇ,୭।୧: ଗତ କିଛି ମାସ ମଧ୍ୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମିଳୁଥିବା ଧମକକୁ ଦେଖି ସଲମାନ ଖାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ବର୍ତ୍ତମାନ କିଛି ଫଟୋରେ...

‘ଏମର୍ଜେନ୍ସି’ ଟ୍ରେଲର ୨ ଜାରି

ମୁମ୍ବାଇ: ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’ର ଦ୍ୱିତୀୟ ଟ୍ରେଲରକୁ ସୋମବାର ଜାରି କରାଯାଇଛି। ପ୍ରଥମ ଟ୍ରେଲର ତୁଳନାରେ ଦ୍ୱିତୀୟ ଟ୍ରେଲରରେ ବିରୋଧୀ ନେତାଙ୍କ...

ମହିଳାଙ୍କ ଏହି ୫ ଅଭ୍ୟାସ କରିଦେବ ଘରକୁ ବରବାଦ୍‌,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ପାରଙ୍ଗମ ଥିଲେ । ଚାଣକ୍ୟ ନିଜର ଅନୁଭବ ଅନୁସାରେ...

ମୁହଁ ଖୋଲିଲେ ଗୋବିନ୍ଦାଙ୍କ ସ୍ତ୍ରୀ, କହିଲେ ଏହି ଝିଅ ସହ…

ମୁମ୍ବାଇ: ମୁହଁ ଖୋଲିଛନ୍ତି ବଲିଉଡର ସୁପରଷ୍ଟାର ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ଆହୁଜା । ନିକଟରେ ସେ ଏକ ସାକ୍ଷାତକାରରେ ସେ ତାଙ୍କ ସ୍ବାମୀଙ୍କ ଅନେକ ଗୁମର...

ବୟସ୍କ ବ୍ୟକ୍ତି ଓ ନୀରୋଗ ଶରୀର

ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ବ୍ୟକ୍ତିର ସ୍ବାସ୍ଥ୍ୟ ରକ୍ଷାକରିବା ଓ ରୋଗୀର ରୋଗକୁ ଦୂର କରିବା ପାଇଁ ଆବଶ୍ୟକ ଦ୍ରବ୍ୟ ପ୍ରକୃତି ମାଆ କୋଳରେ ମହଜୁଦ...

କିଡ୍‌ନୀ ଫେଲ୍‌ ହୋଇଥିଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri