Categories: ଖେଳ

ଆସିଗଲେ ‘ମିନି ମାକ୍ସଓ୍ବେଲ୍‌’: ଚୌକା-ଛକା ବର୍ଷା କଲେ କୁନି ଶିଶୁ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବିଭିନ୍ନ କ୍ରିକେଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଷ୍ଟ୍ରେଲିଆର ୩ ବର୍ଷର ଶିଶୁଙ୍କ ବ୍ୟାଟିଂର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଗୋଟିଏ ପରେ ଗୋଟିଏ ବଡ ସଟ ମାରିବା ନଜର ଆସିଛନ୍ତି। ଶିଶୁର ବିସ୍ଫୋରକ ବ୍ୟାଟିଂ ଏବଂ କୌଶଳ ବଡ଼ ବ୍ୟାଟ୍ସମ୍ୟାନମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି।
ଭାଇରାଲ ଭିଡିଓରେ ପ୍ରଥମେ ସେ ଜଣେ ପରିପକ୍ୱ ବ୍ୟାଟ୍ସମ୍ୟାନ ଭଳି ଗାର୍ଡ ନେଉଥିବାର ଦେଖାଯାଏ। ଗାର୍ଡ ନେବା ପରେ ସେ ବୋଲରଙ୍କୁ ସମ୍ପୂର୍ଣ୍ଣ ନୋଟିସ କରି ପଡ଼ିଆରେ ଅନେକ ବଡ ସଟ ମାରିଥିଲେ। ବଡ ସଟ ସହିତ, ରନ ନେବାରେ ତାଙ୍କର କୌଶଳ ମଧ୍ୟ ଦୃଶ୍ୟମାନ ହୁଏ। ଏହି ଭିଡିଓରେ ପିଲାଟି ତାଙ୍କର ଅର୍ଦ୍ଧଶତକ ସମାପ୍ତ କରିଛି, ଯାହା ପରେ ସେ ବ୍ୟାଟ ଟେକି ସେଲିବ୍ରେଶନ କରୁଥିବା ନଜର ଆସିଛନ୍ତି। ବ୍ୟାଟିଂର ଏହି ଚମତ୍କାର ଭିଡିଓ ଲୋକଙ୍କ ହୃଦୟ ଜିତିଛି।
ଭାଇରାଲ ଶିଶୁଙ୍କ ନାମ ହୁଗୋ ହେଥ ମାଭେରିକ। ୟୁଜର୍ସମାନେ ଶିଶୁକୁ ମିନି ମ୍ୟାକ୍ସୱେଲ ଏବଂ ବେବି ଡି ଭିଲିୟର୍ସ ବୋଲି କହୁଛନ୍ତି।

Share