Categories: ଖେଳ

ଆସିଲା ଟିମ୍‌ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୯।୧୧:ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ଦଳକୁ ୬ଟି ହ୍ବାଇଟ୍‌ ବଲ ମ୍ୟାଚ ଖେଳିବାକୁ ପଡିବ। ଏଥିରେ ୩ଟି ଦିନିକିଆଏବଂ ୩ ଟି-୨୦ ଅନ୍ତର୍ଜାତୀୟ ସାମିଲ ଅଛି। ଏହି ହ୍ବାଇଟ୍‌ ବଲ ସିରିଜ ଜୁଲାଇରେ ଖେଳାଯିବ। ଏହି ସିରିଜ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଘୋଷଣା କରିଛି।
୨୦୨୪ ଭବିଷ୍ୟତ କାର୍ଯ୍ୟକ୍ରମ ଶ୍ରୀଲଙ୍କା ଘୋଷଣା କରିଛି। ଏଥିରେ ଭାରତୀୟ ଦଳ ବିପକ୍ଷରେ ଏକ ସିରିଜ ମଧ୍ୟ ସାମିଲ ଅଛି। ଶ୍ରୀଲଙ୍କାର ଭବିଷ୍ୟତ ଯାତ୍ରା କାର୍ଯ୍ୟକ୍ରମରେ ଜାନୁଆରୀ ୨୦୨୪ରେ ଜିମ୍ବାୱେ ଦଳ ଶ୍ରୀଲଙ୍କା ଗସ୍ତ କରିବ। ତା’ପରେ ଆଫଗାନିସ୍ତାନ ଦଳ ଜାନୁଆରୀ-ଫେବୃଆରୀରେ ଶ୍ରୀଲଙ୍କା ଗସ୍ତ କରିବେ। ଏହା ପରେ ବାଂଲାଦେଶ ଦଳ ଫେବୃଆରୀ-ମାର୍ଚ୍ଚରେ ଶ୍ରୀଲଙ୍କା ଆସିବ। ଆଫଗାନିସ୍ତାନ ଏବଂ ବାଂଲାଦେଶର ଦଳ ସମସ୍ତ ତିନୋଟି ଫର୍ମାଟର ସିରିଜ ଖେଳିବେ।
ଏହା ପରେ ୨୦୨୪ ଟି-୨୦ ବିଶ୍ୱକପ ଜୁନ ଏବଂ ଜୁଲାଇରେ ଖେଳାଯିବ। ତେବେ ଜୁଲାଇରେ ଶ୍ରୀଲଙ୍କା ଦଳ ଭାରତ ବିପକ୍ଷରେ ୩ଟି ଦିନିକିଆ ଏବଂ ୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଆଗକୁ ଯାଇ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଶ୍ରୀଲଙ୍କା ଗସ୍ତ କରିବେ। ନ୍ୟୁଜିଲ୍ୟାଣ୍ଡ ତିନିଥର ଶ୍ରୀଲଙ୍କା ଗସ୍ତ କରିବ।

Share