ଟୁଇଟର୍‌କୁ ଟକ୍କର ଦେବାକୁ ଆସିଲା ଥ୍ରେଡ୍‌ସ ଆପ୍‌

କାଲିଫର୍ନିଆ,୬।୭: ମେଟା ସିଇଓ ମାର୍କ ଜୁକରବର୍ଗ ଥ୍ରେଡ୍ସ ଆପ ଲଞ୍ଚ କରିଛନ୍ତି। ଏହି ଆପ ଭାରତ ସମେତ ୧୦୦ରୁ ଅଧିକ ଦେଶରେ ଲଞ୍ଚ କରାଯାଇଛି। ଦୀର୍ଘ ସମୟ ଧରି ମେଟା ଏହି ଆପ୍‌ ଉପରେ କାମ କରୁଥିଲା ଯାହା ଶେଷରେ ଲଞ୍ଚ ହୋଇଛି । ୟୁଜର୍ସ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ରେ ଆପ ଡାଉନଲୋଡ କରିପାରିବେ। ମେଟା ଏକ ସ୍ବତନ୍ତ୍ର ଆପ୍‌ ଭାବରେ
ଏହାକୁ ଲଞ୍ଚ କରିଛି। କିନ୍ତୁ ୟୁଜର୍ସମାନେ ଇନଷ୍ଟାଗ୍ରାମ ସାହାଯ୍ୟରେ ଏଥିରେ ଲଗଇନ କରିପାରିବେ ।
ମାର୍କ ଜୁକରବର୍ଗ ଅଗ୍ନି ଇମୋଜି ସହିତ ଏହି ଆପ୍‌ରେ ପୋଷ୍ଟ କରି କହିଛନ୍ତି, ଚାଲ ଏହାକୁ ବ୍ୟବହାର କରିବା। ଥ୍ରେଡ୍‌ସକୁ ଆପଣଙ୍କୁ ସ୍ବାଗତ।
ସୂଚନାଯୋଗ୍ୟ,ଏଲନ ମସ୍କ ଟୁଇଟର୍‌ କିଣିବା ପରେ, ସାଧାରଣ ୟୁଜର୍ସଙ୍କ ପାଇଁ ଟୁଇଟର୍‌ ମହଙ୍ଗା ହୋଇଥିଲା। କାରଣ ଟୁଇଟର୍‌ ବ୍ଲୁଟିକ୍‌ ପାଇଁ ପ୍ରତି ମାସରେ ପ୍ରାୟ ୬୫୦ ଟଙ୍କା ଦେବାକୁ ପଡିବ ବୋଲି ଘୋଷଣା କରିଥିଲା। କମ୍ପାନୀ ଅନେକ ବୈଶିଷ୍ଟ୍ୟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ତେବେ ବର୍ତ୍ତମାନ ଥ୍ରେଡ୍‌ସ ଆପ ଲଞ୍ଚ ପରେ ଟୁଇଟର୍‌ର ଦାଦାଗିରି ଶେଷ ହୋଇପାରେ।

Share