ସାଧାରଣତଃ ଘରେ ଘରେ ମୂଷା ଦେଖାଯାଏ। ଏହି ମୂଷାକୁ କିଏ ଘରେ ପାଳୁଥିବା ବେଳେ ଏମାନେ ଆସବାବପତ୍ର କାଟି ପକାଉଥିବା ନେଇ କିଏ ମାରି ଗୋଡ଼ାନ୍ତି। ମାତ୍ର ବିଶ୍ୱରେ ଏପରି କିଛି ଦେଶ ଅଛି ଯେଉଁଠି ସାମାନ୍ୟ ମୂଷାକୁ ପାଳିବା ପାଇଁ ମଧ୍ୟ ସରକାରଙ୍କ ଅନୁମତି ଆଣିବାକୁ ପଡିଥାଏ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାନାଡାରେ ମୂଷା ପାଳିବା ଅଧିକ କଷ୍ଟକର ବ୍ୟାପାର । ସେଠାରେ ମୂଷାଙ୍କୁ ପାଳିବା ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ। ଅନ୍ୟପକ୍ଷେ ମୂଷା ବିକ୍ରୟ କିମ୍ବା ହତ୍ୟା କାନାଡାରେ ବେଆଇନ ବୋଲି ଧରାଯାଏ।