Categories: ଫୁରସତ

ଏଠାରେ ମଦ ପିଇଲେ ମିଳିବ ଫାଶୀ

ଦୁନିଆରେ ଅନେକ ଦେଶ ଅଛି, ଯେଉଁଠାରେ ମଦ୍ୟପାନ କରିବା ନିଷେଧ। ଅନେକ ଦେଶରେ ଏହା ଉପରେ କଡା ପ୍ରତିବନ୍ଧକ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମଦ୍ୟପାନ କଲେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ଯଦି କେହି ଏହାକୁ ବିକ୍ରୟ କରୁଥିବା ଦେଖିବାକୁ ମିଳେ, ତାଙ୍କୁ ସର୍ବସାଧାରଣରେ ଦଣ୍ଡିତ କରାଯାଏ।
ଆମେ ଭାରତର ପଡୋଶୀ ଦେଶମାନଙ୍କ ମଧ୍ୟରୁ ଇରାନ ବିଷୟରେ କହୁଛୁ। ମଦ୍ୟପାନ ସମ୍ବନ୍ଧରେ ଏଠାରେ ଏକ କଠୋର ନିୟମ ଅଛି। ମଦ ଉତ୍ପାଦନ, ବିକ୍ରୟ, ରଖିବା ଏବଂ ବ୍ୟବହାର କରିବା ଏଠାରେ ଆଇନଗତ ଅବରାଧ। ଯଦି ଜଣେ ମଦ ପିଇବା କିମ୍ବା ମଦ ନେବାରେ ଧରାପଡିଛନ୍ତି, ତେବେ ତାଙ୍କୁ ଚାବୁକ ମାଡ, ଜୋରିମନା କିମ୍ବା ଜେଲ ପରି ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ। ଏଠାରେ ମଦ ପିଇବାର କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ। ତେଣୁ ବୟସ କେତେ ହେଉନା କାହିଁକି, ଯଦି ଜଣେ ଏହିସବୁ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିବ, ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ। ଯଦି ଜଣେ ବ୍ୟକ୍ତି ବାରମ୍ବାର ସମାନ ମାମଲାରେ ଧରାଯାଏ, ତେବେ ତାଙ୍କୁ ଫାଶୀ ଦିଆଯାଇପାରେ। ଏଠାରେ କୌଣସି ମଦ ଦୋକାନ, ନାଇଟ କ୍ଲବ କିମ୍ବା ବାର୍‌ ମିଳିବ ନାହିଁ। ଅନ୍ୟ ଦେଶରୁ ଯାଉଥିବା ବ୍ୟକ୍ତି ମଧ୍ୟ ମଦ୍ୟପାନ କରିପାରିବେ ନାହିଁ। କାରଣ ମଦ୍ୟପାନ କରିବା ବେଆଇନ ଅଟେ। ବିମାନ ବନ୍ଦରରେ ଏକ୍ସ-ରେ ସହିତ ଲଗେଜ ସ୍କ୍ରିନ କରାଯାଏ।

Share