Posted inଖେଳ

କୋହଲିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏହି ଯୁବତୀ: ସେ କିଛି କହିବା ପୂର୍ବରୁ ମା’ କରିଦେଇଥିଲେ ମନା

ସାରା ବିଶ୍ୱରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ଅଛନ୍ତି। ଏକ ସମୟ ଥିଲା ଯେ ବିରାଟଙ୍କ ପାଇଁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ବିବାହ ପ୍ରସ୍ତାବ ଆସୁଥିଲା। କିନ୍ତୁ ସେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ପ୍ରେମ କରି ପରେ ବିବାହ କରିଥିଲେ। ୨୦୧୪ରେ ଇଂଲଣ୍ଡର କିମ୍ବଦନ୍ତୀ ମହିଳା କ୍ରିକେଟର ଡାନିଏଲ ଓ୍ବାଟ୍‌ ସୋସିଆଲ ମିଡିଆରେ ବିରାଟଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ।
କପିଲ ଶର୍ମାଙ୍କ ଟିଭି ସୋ’ରେ ବିରାଟ ଖୋଲାଖୋଲି ଭାବେ ଏ ବିଷୟରେ କହିଥିଲେ। ବିରାଟ ‘କମେଡି ନାଇଟ୍ସ ସହିତ କପିଲ’ରେ ଅତିଥି ଭାବରେ ଯାଇଥିଲେ ଏବଂ ଏହି ସମୟରେ ତାଙ୍କୁ କପିଲ ଶର୍ମାଙ୍କ ଦ୍ୱାରା ଏକ ଫଟୋ ଦେଖାଯାଇଥିଲା। ଏହି ଫଟୋରେ ବିରାଟ ଏବେ ଡାନିଏଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହା ଉପରେ କପିଲ ହସି ହସି ବିରାଟଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ବିରାଟ ଟିକେ ଲାଜେଇ ହସି ହସି କହିଥିଲେ, ଏହା ବାଂଲାଦେଶରେ ଚାଲିଥିବା ଟି -୨୦ ବିଶ୍ୱକପ (୨୦୧୪) ସମୟରେ ହୋଇଥିଲା। ଆମେ ଟି-୨୦ ବିଶ୍ୱକପରେ ଖେଳୁଥିଲୁ ଏବଂ ସେମିଫାଇନାଲ ମ୍ୟାଚ ପରେ ସେ (ଡାନିଏଲ୍‌) ଟୁଇଟ୍‌ କରି ମୋତେ ବିବାହ ପସ୍ତାବ ଦେଇଥିଲେ। ପରଦିନ ମୁଁ ଏହା ବିଷୟରେ ଜାଣିଲି। ପରେ ଆମେ ଅଭ୍ୟାସରେ ବ୍ୟସ୍ତ ହେଲୁ। ଏବିଷୟରେ ଆଉ ଧ୍ୟାନ ଦେଲି ନାହିଁ। ପରେ ମୁଁ ଜାଣିବାକୁ ପାଇଲି ଯେ ମୋ ମା’ ଏକ ସାକ୍ଷାତକାରରେ କହିଥିଲେ ଯେ, ବିରାଟଙ୍କ ଏପର୍ଯ୍ୟନ୍ତ ବିବାହ ବୟସ ହୋଇନାହିଁ। ମା’ ଘରୁ ମନା କରିଦେଇଥିଲେ। ମୁଁ କିଛି କହିବାର ସୁଯୋଗ ମଧ୍ୟ ପାଇଲି ନାହିଁ। ସେ ଏପରି କହିବାବେଳେ ହସିବାକୁ ଲାଗିଲେ।
ଅନ୍ତର୍ଜାତୀୟ କ୍ୟାରିୟରରେ ଏପର୍ଯ୍ୟନ୍ତ ୭୦ ଶତକ ହାସଲ କରିଥିବା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ ୨୦୧୭ରେ ଅନୁଷ୍କାଙ୍କୁ ବିବାହ କରିଥିଲେ। ତେବେ ୨୦୧୩ ରେ ଏକ ବିଜ୍ଞାପନ ଶୁଟିଂ ସମୟରେ ଦୁହେଁ ପ୍ରଥମେ ସାକ୍ଷାତ ହୋଇଥିଲେ। ଏବେ ଉଭୟଙ୍କର ଭାମିକା ନାମକ ଏକ ଝିଅ ଅଛି। ଭାମିକା ଚଳିତ ବର୍ଷ ଜାନୁଆରୀରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri