Advertisement

ଏଠାରେ ପିଇବା ପାଣି ଉପରେ ବି ପହରା…

ବିକାନେର୍‌,୨୨।୩: ଖରାଦିନ ଆସିଲେ ରାଜସ୍ଥାନରେ ଜଳସଙ୍କଟ ଅତି ଉତ୍କଟ ହୋଇଥାଏ। ବିକାନେର୍‌ରେ ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଏଠାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। କେନାଲ ପାଣି ଯେଭଳି କେହି ଚୋରାଇ ନ ନେବେ ସେଥି ପାଇଁ ୫ ଜିଲାର ଏସ୍‌ପି, ୧୪ ଟି ପୋଲିସ ଷ୍ଟେଶନର କର୍ମଚାରୀ, ୭୦ ଆର୍‌ସି ଯବାନ, ଜଣେ ମୁଖ୍ୟ ଯନ୍ତ୍ରୀ, ୧୨ରୁ ଅଧିକ ଏସ୍‌ଡ଼ିଏମ୍‌, ୭ ଅଧିକ୍ଷକ ଯନ୍ତ୍ରୀ ଏବଂ ଜଳସେଚନ ବିଭାଗ ଶହେରୁ ଅଧିକ କର୍ମଚାରୀ ଇନ୍ଦିରା ଗାନ୍ଧୀ କେନାଲର ୨୭୦ କିମି ଅଞ୍ଚଳ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ମାର୍ଚ୍ଚ ୬ରେ ଜଳସେଚନ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏବେ ଆସନ୍ତା ୭୦ ଦିନ ପର୍ଯ୍ୟନ୍ତ କେନାଲ ପାଣି ଉପରେ ପହରା ଲଗାଯାଇଛି। ମାର୍ଚ୍ଚ ୫ରୁ ଏପ୍ରିଲ୍‌ ୨୮ ପର୍ଯ୍ୟନ୍ତ ଲୋକଙ୍କୁ କେବଳ ପିଇବା ପାଇଁ ପାଣି ମିଳିବ। ପ୍ରଶାସନ ପକ୍ଷରୁ ଜଳ ନଷ୍ଟ ଏବଂ ଚୋରି ଉପରେ କଡ଼ା ନଜର ରଖାଯାଇଛି। ପାଣି ନଷ୍ଟ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିର୍ଦ୍ଦେଶ ଜାରି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share