Categories: ଖେଳ

ଗୋଟିଏ ଉଇକେଟ ନେଇ ଇତିହାସ ରଚିଲେ ଅଶ୍ୱିନ

ଜୋହାନ୍ସବର୍ଗ,୬।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ନ୍ୟୁ ଇୟର ଟେଷ୍ଟରେ କେବଳ ଗୋଟିଏ ଉଇକେଟ ନେଇ ଇତିହାସ ରଚିଛନ୍ତି ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍‌ର ତୃତୀୟ ଦିନ ଅଶ୍ୱିନଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ ପିଟରସନ। ଓ୍ବାଣ୍ଡରର୍ସ ଗ୍ରାଉଣ୍ଡରେ ୧୫ ବର୍ଷ ପରେ ସେ ପ୍ରଥମ ଭାରତୀୟ ସ୍ପିନର ଭାବେ ଉଇକେଟ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଏହି ଗ୍ରାଉଣ୍ଡରେ ଅନ୍ତିମ ଭାରତୀୟ ସ୍ପିନର ଭାବେ ଉଇକେଟ ନେଇଥିଲେ ଅନୀଲ କୁମ୍ବଲେ। ୨୦୦୬/୦୭ରେ ଖେଳାଯାଇଥିବା ମ୍ୟାଚ୍‌ର ପ୍ରଥମ ଇନିଂସରେ ୨ ଓ ଦ୍ୱିତୀୟ ପାଳିରେ ୩ ଉଇକେଟ ନେଇଥିଲେ ପୂର୍ବତନ ଭାରତୀୟ ଅଧିନାୟକ। ଟିମ୍‌ ଇଣ୍ଡିଆ ଉକ୍ତ ମ୍ୟାଚ୍‌ ଜିତିଥିଲା। ହେଲେ ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ପରାସ୍ତ ହେବାରୁ ସିରିଜ୍‌ ହାତଛଡ଼ା କରିଥିଲା ଭାରତ।

ସେହି ମ୍ୟାଚ୍‌ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଓ୍ବାଣ୍ଡରର୍ସ ଗ୍ରାଉଣ୍ଡରେ ଦୁଇଟି (୨୦୧୩ ଓ ୨୦୧୮) ମ୍ୟାଚ୍‌ ଖେଳାଯାଇଥିଲା। ଉଭୟ ମ୍ୟାଚ୍‌ରେ କୌଣସି ଭାରତୀୟ ସ୍ପିନର ଉଇକେଟ ହାତେଇ ପାରି ନ ଥିଲେ।

Share