Categories: ଜାତୀୟ

ପାରମ୍ପରିକ ମଦକୁ ମିଳିବ ଅନୁମତି

ଭୋପାଳ,୨୩।୧୧: ଭାଜପା ଶାସିତ ମଧ୍ୟପ୍ରଦେଶରେ ମହୁଲରୁ ପ୍ରସ୍ତୁତ ହେଉଥିବା ମଦକୁ ଅନୁମତି ମିଳିବ। ରାଜ୍ୟରେ ଏକ ନୂଆ ଅବକାରୀ ନିୟମ ଆଣିବାକୁ ଯାଉଛନ୍ତି। ଏହା ଅନୁଯାୟୀ, ମହୁଲରୁ ତିଆରି ମଦକୁ ‘ପାରମ୍ପରିକ ମଦ’ ଭାବେ ବିକ୍ରି କରାଯାଇପାରିବ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କହିଛନ୍ତି, ରାଜ୍ୟ ସରକାର ଏକ ନୂଆ ଅବକାରୀ ନିୟମ ପ୍ରସ୍ତୁତ କରୁଛନ୍ତି। ଏହା ଆଦିବାସୀ ସମ୍ପ୍ରଦାୟ ଲୋକଙ୍କୁ ମହୁଲରୁ ପାରମ୍ପରିକ ମଦ ପ୍ରସ୍ତୁତ କରିବାକୁ ଅନୁମତି ଦେବ। ଆଉ ଏହି ପାରମ୍ପରିକ ମଦକୁ ବିକ୍ରି କରିବାର ଅଧିକାର ସେମାନଙ୍କୁ ଦିଆଯିବ। ଏଥିସହିତ ଆଦିବାସୀ ସମ୍ପ୍ରଦାୟଙ୍କୁ ଜଙ୍ଗଲକୁ ନିୟନ୍ତ୍ରଣ କରିବାର ଅଧିକାର ମିଳିବ। ସେମାନେ ନୂଆ ଜଙ୍ଗଲ ସୃଷ୍ଟି କରିପାରିବେ। ଆଉ ଏହାର କାଠ ଓ ଫଳ ଉପରେ ସେମାନଙ୍କର ଅଧିକାର ରହିବ।

Share