Categories: ବାଣିଜ୍ୟ

ଚାର୍ଜିଂ ଷ୍ଟେଶନ ପ୍ରତିଷ୍ଠା କରିବ ହିରୋ ଇଲେକ୍‌ଟ୍ରିକ୍‌

ନୂଆଦିଲ୍ଲୀ,୨୧।୪: ଆସନ୍ତା ବର୍ଷ ସୁଦ୍ଧା ୫୦,୦୦୦ ସଂଖ୍ୟକ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି) ଚାର୍ଜିଂ ଷ୍ଟେଶନ ପ୍ରତିଷ୍ଠା ପାଇଁ ବୋଲ୍ଟ ସହିତ ହାତ ମିଳାଇଛି ହିରୋ ଇଲେକ୍‌ଟ୍ରିକ୍‌। ଅଗ୍ରଣୀ ଇଭି ଚାର୍ଜିଂ ନେଟ୍‌ଓ୍ବାର୍କ ‘ବୋଲ୍ଟ’ ସହିତ ପାର୍ଟନରଶିପ୍‌ ସମ୍ପର୍କରେ ହିରୋ ଇଲେକ୍‌ଟ୍ରିକ୍‌ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଏହି ପାର୍ଟନରଶିପ୍‌ ଜରିଆରେ ସାରା ଦେଶରେ ୭୫୦ରୁ ଊର୍ଦ୍ଧ୍ୱ ହିରୋ ଇଲେକ୍‌ଟ୍ରିକ୍‌ର ଟଚ୍‌ ପଏଣ୍ଟରେ ବୋଲ୍ଟ ଚାର୍ଜର ଲଗାଯିବ। ଏହାଦ୍ୱାରା ୪.୫ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ ଲାଭବାନ୍‌ ହୋଇପାରିବେ। ଏହାଛଡ଼ା ୨୦୦୦ ସଂଖ୍ୟକ ହିରୋ ଇଲେକ୍‌ଟ୍ରିକ୍‌ ଗ୍ରାହକ ନିଜ ଘରେ ବୋଲ୍ଟ ଚାର୍ଜିଂ ୟୁନିଟ୍‌ର ନିଃଶୁଳ୍କ ଲାଭ ପାଇପାରିବେ।

Share