ଢେଙ୍କାନାଳ ଅଫିସ,୧୧ା୮
ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ଥିବା ସୋମ୍ ଅଟୋରେ ସୋମବାର ମଧ୍ୟାହ୍ନରେ ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଲିମିଟେଡ୍ ପକ୍ଷରୁ ହିରୋ ଏକ୍ସଟ୍ରିମ୍ ୧୬୦-ଆର୍ ବାଇକ୍ର ବଜାର ପ୍ରବେଶ ହୋଇଛି। ସୋମ୍ ଅଟୋର ସ୍ବତ୍ୱାଧିକାରୀ ହର୍ଷବର୍ଦ୍ଧନ ସିଂହଦେଓ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ। ନୂଆ ଲୁକ୍, ଅତ୍ୟାଧୁନିକ ଇଞ୍ଜିନ ସହିତ ଆସିଥିବା ଏହି ବହୁ ପ୍ରତୀକ୍ଷିତ ମଡେଲ ସମସ୍ତ ଶ୍ରେଣୀର ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ସ୍ବତ୍ୱାଧିକାରୀ ସିଂହଦେଓ କହିଥିଲେ। ଗାଡିର ବୈଶିଷ୍ଟ୍ୟ ଓ ଉପାଦେୟତା ବିଷୟରେ ଶୋ’ରୁମ ମ୍ୟାନେଜର ଚନ୍ଦନ ନନ୍ଦ ସୂଚନା ଦେଇଥିଲେ। ଏହି ଅବସରରେ କମ୍ପାନୀର ସିନିୟର ମ୍ୟାନେଜର, ଟେରିଟୋରି ସେଲ୍ସ ମ୍ୟାନେଜରଙ୍କ ସମେତ ଶୋ’ରୁମ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।