କଟକ,୫।୮: ପ୍ରମୁଖ ୨ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଲିମିଟେଡ୍ ପକ୍ଷରୁ ‘ହିରୋ ଏକ୍ସଟ୍ରିମ୍ ୧୬୦ ଆର୍’କୁ ସ୍ଥାନୀୟ ଜେଏମ୍ଜି ଅଟୋମୋବାଇଲ ଠାରେ ବଜାର ପ୍ରବେଶ କରାଯାଇଛି। ଜେଏମ୍ଜି ହିରୋର ଏମ୍ଡି ପ୍ରଦୀପ ଅଗ୍ରଓ୍ବାଲ ଏହାକୁ ବଜାର ପ୍ରବେଶ କରାଇଥିଲେ। କମ୍ପାନୀର ଏହି ବହୁ ପ୍ରତୀକ୍ଷିତ ମଡେଲରେ ଗ୍ରାହକମାନେ ଅତୁଳନୀୟ ପରଫରମାନ୍ସ, ଫିଚର ଏବଂ ଷ୍ଟାଇଲ ଲାଭ କରିପାରିବେ। ସେହିଭଳି ନୂଆ ମଡେଲଟିରେ କ୍ଲାସ୍ ଲିଡିଂ ଆକ୍ସିଲରେଶନ ସୁବିଧା ଏଥିରେ ରହିଛି। ସେହିଭଳି ଫାଷ୍ଟ ଇନ୍ ସେଗ୍ମେଣ୍ଟ ଫିଚର ଭାବେ ଗ୍ରାହକମାନେ ଏହି ମଡେଲରେ ଅଲ୍ ଏଲ୍ଇଡି ଲାଇଟ ପ୍ୟାକେଜ, ସାଇଡ୍ ଷ୍ଟାଣ୍ଡ ଇଞ୍ଜିନ କଟ୍ଅଫ୍ ରହିଛି। ଏହାବାଦ୍ ସ୍ପୋର୍ଟି, ଆରାମ ଏବଂ ନିୟନ୍ତ୍ରଣର ମିଶ୍ରଣ ସୁବିଧା ସହ ଆସୁଥିବା ଉକ୍ତ ମଡେଲଟିକୁ ଗ୍ରାହକମାନେ କମ୍ପାନୀର ବିଭିନ୍ନ ଡିଲରଶିପଗୁଡିକରେ ଲାଭ କରିପାରିବେ। ଯାନଟିର ବଜାର ଦର ୧.୦୪ ଲକ୍ଷ ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏହି ଅବସରରେ ଏମ୍ଡି ଅଗ୍ରଓ୍ବାଲ କହିଛନ୍ତି ଯେ, ନୂଆ ଯାନଟିରେ ଅନେକ ଆକର୍ଷଣୀୟ ଫିଚର ଲାଭ କରିପାରିବେ। ନୂଆ ଯାନଟି ଗ୍ରାହକଙ୍କ ଠାରୁ ଭଲ ରେସପନ୍ସ ପାଇବୁ ବୋଲି ଆଶାବାଦୀ ରହିଛୁ।